STORYMIRROR

Panchanan Jena

Inspirational

3  

Panchanan Jena

Inspirational

ନିରୁତ୍ତର

ନିରୁତ୍ତର

1 min
191

ହାଡୁଆ ଦେହ ସିନା ତାର

ନାଁ ତାର ପବିତ୍ର ମୋହନ

ଦଶମ ଶ୍ରେଣୀରେ ପଢ଼େ

ପଛରେ ବସେ ବାମନ ।


ଦନ୍ତୁରିତ ମୁଖରେ ହସିଦେଲେ

ଖସିପଡ଼େ ଜାତି ଜାତିକା

ଖୁସି ପ୍ରସୁନ 

ପାଠରେ ଟିକିଏ ଦୁର୍ବଳ 

ଇଚ୍ଛା କିନ୍ତୁ ପ୍ରବଳ

କାଳିଆ କରନ୍ତୁ ସାହା

ଭବିଷ୍ୟ ହେଉ ଉଜ୍ଜଳ ।


ସ୍ନେହରେ ସାଙ୍ଗମେଳେ

ମୂଷା ନାମେ ପରିଚିତ

ବଙ୍କେଇ ବଙ୍କେଇ 

ଥଙ୍ଗେଇ ଥଙ୍ଗେଇ

ମୁଁହ ଲୁଚେଇ

ଚଟ୍ କିନା କହି ପକାଏ

ପଦିଏ କଥାରେ

ଗଦାଏ ହସକଥା ବିଦିତ ।


ଅଳସୁଆର ସର୍ଦ୍ଦାର

ଢୁଳଉ ଥାଏ ପ୍ରଥମ ପିରିଅଡରୁ

ହଲେଇ ଦେଲେ ପୂରା ହୁସିଆର

ସକାଳୁ ଗାଧୋଇବାକୁ ସମୟ ଅଣ୍ଚେନା ତା'ର

ଜଳଖିଆ ଖାଏନା

ଭୋଜନାଳୟ ଯାଏନା

ବିସ୍କୁଟ ପ୍ୟାକେଟରେ ପାଣି ପୁରେଇ

ବତୁରେଇ ଖାଇଯାଏ ତରତର

ଭୋକିଲା ପେଟ ଟା ସକାଳ ପହରୁ

ଖୋଜୁଥାଏ କିଛି ବଳିଷ୍ଠ ଆହାର ।


ମଜାରେ କହନ୍ତି ସାଙ୍ଗ ସଭିଏଁ

ରାତିରେ ପରିଶ୍ରମ କରୁଛି ଘାଏଁ ଘାଏଁ

ରାତ୍ରିଚର ଚଢ଼େଇ ପରାଏଁ 

ରହେ ଉଜାଗର ଡେରି ରାତି ଯାଏଁ

ପାଠ କମ୍ ଶାଠରେ ଜ୍ଞାନ ବାଣ୍ଟୁଥାଏଁ।


କଥାରେ ମହୁ ଝରେଇ ବର୍ଷେଇ

ମୁରୁକି ହସରେ ପରକୁ ଆପଣାର କରେଇ

ଗୁଲି ଗପର ଅସରନ୍ତି ଆସର ବସେଇ

ଗୀତ ସାଇରୀର ବହୁ ଭାଷୀୟ ତୁଣ୍ଡ ଫଟେଇ

ଡବିଙ୍ଗ୍ ସିନେମାର ନିର୍ଦେଶନା ଦେଇ

ଏକଟିଙ୍ଗ୍ କୀଟକୁ ସଂଯୋଗ କରେଇ

ଅଙ୍ଗଭଙ୍ଗୀରେ ଲାଲିତ୍ୟ ଫୁଟେଇ

ବାକ୍ୟବୀରଙ୍କର ମୃଦୁ ଭାଷଣ ସମ୍ଭାଷଣ

ପର୍ବ ଆରମ୍ଭ କରେଇ

ଭୋଳା ଭାଇ ଦୋକାନ ଆଗରେ

ଖଟି ହେଉଥିବ 

ଚିପସ୍‌ -କୁର୍ କୁରେ 

ଦନ୍ତ ମୂଳି କରଉ କରଉ

ଦାଣ୍ଡିମାଳରୁ ଢ଼େଙ୍କାନାଳ

ପ୍ରେମମେଳରୁ ମାଡଗୋଳ

ମିକ୍ସଚର ମାଡ ଫୁସ୍‌କା ପାଡ଼ ସହିତ

ହସ କୌତୁକର ଆସର ମେଲାଇ

ଦରବାର ଲମ୍ଭେଇ 

 ସାଇରନ୍ ବାଜିଲେ ମେଳି ଦ୍ଭାଙ୍ଗଇ ।


ହିତକାରୀ ପରୋପକାରୀ ସାଙ୍ଗଟେ

ବହି ଖାତା ଗୃହକର୍ମ କରି ନ ଥିବ

ପିଠି ଦେଖାଇ ଦେବ 

ସାର - ମ୍ୟାଡ଼ାମ୍ ଆଗରୁ ଆଗଟେ

ମାଡ ଖେଣ୍ଟିଆ ଗାଳି ପାଳିରେ ଖାଇ ଖାଇ

ଦେହସୁଆ କାଲାପିଠିଆ ଛାତ୍ରଟେ 

ସବୁ ସ୍ଥାନରେ ବିଳମ୍ବ

ସବୁ କର୍ମରେ ଅନୁପସ୍ଥିତ ଛକି ଲମ୍ବ

ମିଛ କହିବାରେ ସଭିଙ୍କୁ ବଳିଯିବ

ମାନିଯିବ ସହଳ ନାଲିଆଖି ଅବିଳମ୍ବେ ।


ଦୀର୍ଘ ୩୦ ବର୍ଷ ପରେ ଭେଟଘାଟ

ବାହାଘର ଭୋଜିରେ

ସୁଦୀର୍ଘ ସୁଠାମ ଶରୀର ବିଭୂଷିତ

ମ୍ୟାଚିଙ୍ଗ୍ ଡ୍ରେସ ପରିପାଟିରେ

ମୁଣ୍ଡିଆ ମାରିବା ବେଳେ

ଗୁରୁଭକ୍ତିର ଶାଶ୍ଵତ ଭାବନା ଜାଗ୍ରତ

ବରିଷ୍ଠ ପତ୍ରକାର ଧରିତ୍ରୀ ପତ୍ରିକାର

ବିଶ୍ୱାସ ନ ହେଲେ ବି 

ମାନିଗଲି ସେ ଦିନ ନିରୁତ୍ତର

ସମୟ ଆସିଲେ ଦୁର୍ବଳ ବି ସବଳ ସର୍ଦ୍ଦାର

ନବୋଦୟ ସରାଙ୍ଗର ପତଳା ପବିତ୍ର ମୋହନ

ବି ସମ୍ପୂର୍ଣ୍ଣ ବୀରବର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational