STORYMIRROR

Panchanan Jena

Fantasy

4  

Panchanan Jena

Fantasy

ଭିନ୍ନ ଏକ କୈବଲ୍ୟ

ଭିନ୍ନ ଏକ କୈବଲ୍ୟ

1 min
0

କବିତା - ଭିନ୍ନ ଏକ କୈବଲ୍ୟ
 ରଚନା - ପଞ୍ଚାନନ ଜେନା
 ତାରିଖ -୨୩-୦୫-୨୦୨୬
 +++++++++++++++
 ନୀରବ କୋହ ସବୁ
 ନିଃଶବ୍ଦ ଲୁହ ହୋଇ
ବୋହି ଯାଆନ୍ତି ହସକୁ ଛପେଇ,
 ନୀଥର ରାତି ସବୁ
ବଧିର ପାଲଟନ୍ତି
 ଅତୀତ ବ୍ୟଥାକୁ ଗୁମୁରି ଗୁମୁରି
ଛାତିକୁ ପଥର କରି ବନ୍ଧେଇ ।

 ବରଫ ଖଣ୍ଡ ପରି
 ଲୁହର ହିମବାହ
ବିରହ ବେଦନାର ଅମୁହାଁ ଦେଉଳେ
ଭାବନା ନିଆଁରେ କୁହୁକ ଛୁଆଁରେ
 ସ୍ବପ୍ନଦେଶେ ନିତି ଆଉଟେ ନିତି ପାଲଟେ
 ଅହଲ୍ୟା ସମ ଆନନ୍ଦ ଆନ୍ଦୋଳନ
 ଜହ୍ନକୁ ପଚାରି ପଚାରି

 ଅନୁରାଗର ଆହ୍ଲାଦରେ
 ଅନୁପୂରକ ଭାବଭଙ୍ଗିରେ
 ଭିଜୁ ଥାଆନ୍ତି ସୁମରି,
ନିବିଡ଼ କାଉଁରି ମହକ
ଅମୃତ ବେଳାର ଦ୍ୟୋତକ
 ଅଦୃଶ୍ୟ ଇଲାକାରେ ସାମ୍ରାଜ୍ୟ ରଚୁଥାନ୍ତି
 ତାରାଭରା ଗଗନ ବିହାରୀ

 ସେହି ହିରନ୍ମୟୀ ମହାର୍ଘ ମୁହୁର୍ତ୍ତ
 ସେହି କାଣିଚାଏ ସ୍ବପ୍ନଘେରା ଅଫେରା ଅତୀତ
 ଭିନ୍ନ ଏକ ଦୁନିଆ ରଚେ,
 ପାଷାଣ ହୃଦୟ ବି ତରଳେ
 ଶତାବ୍ଦୀ ତଳର ବନ୍ଧ ବି ମୁକୁଳେ ହୁଗୁଳେ
ଭିନ୍ନ ଏକ ନିର୍ମାଲ୍ୟ
 ଭିନ୍ନ ଏବ କୈବଲ୍ୟର ସ୍ଵାଦ ନେଇ
 ସୁପ୍ରଭାତର ଧାରେ ଆଲୁଅକୁ ସ୍ମରି ବିସ୍ମରି


Rate this content
Log in

Similar oriya poem from Fantasy