STORYMIRROR

Panchanan Jena

Fantasy

4  

Panchanan Jena

Fantasy

ପବନ ପିଠିରେ ସୂର୍ଯ୍ୟାସ୍ତ

ପବନ ପିଠିରେ ସୂର୍ଯ୍ୟାସ୍ତ

1 min
0

କବିତା - ପବନ ପିଠିରେ ସୂର୍ଯ୍ୟାସ୍ତ
ରଚନା - ପଞ୍ଚାନନ ଜେନା
ତାରିଖ -୧୮-୦୬-୨୦୨୬
 ++++++++++++++++
 ପାଦ ମାନେ କ'ଣ ବୁଝକି ?
 ପାହୁଣ୍ଡ ପକେଇ ଚାଲିବାର ସାଧନା
ମୋ ମତରେ
 ବେଗବତୀ ଇଚ୍ଛାର ମୁକୁଳା ସମ୍ଭାବନା

 ପାଦ ଦିଶେନି ସିନା ଚର୍ମ ଚକ୍ଷୁରେ
ମାତ୍ର ବେଳାଭୂଇଁରେ ସାଗର କେମିତି କୁଢ଼ କୁଢ଼ ସ୍ବପ୍ନ ସାଉଁଟେ ?
 ମାତ୍ର ମାଟିମନସ୍କ ଧରଣୀ ରାଣୀ କେମିତି ଛବି ଆଙ୍କେ
 ଲଙ୍ଗଳା ପୁଙ୍ଗୁଳା ଗରିବ ଗୁରୁବା ପିଠି ବକଟେ ?

 ଇଚ୍ଛାରେ ଲଗାମ୍ ନ କସୁ
ଲୁହାର ଶିକୁଳିରେ ସନ୍ତୁଳି ନ ଯାଉ ଉଦ୍ଦାମତା
ଜାଲରେ ଛନ୍ଦି ନ ଯାଉ ଦୃଢ ନିଶ୍ଚିତ କୋମଳତା
ନୋହିଲେ ପାଦରେ କଣ୍ଟା ପଶୁ ପଶୁ
ଆଖି କୋଣରୁ ଝରି ପଡ଼ିବ ଉଷୁମ ଲହୁର ଦୁର୍ବଳତା

 ମୋ ମତରେ
ପାଦର କି ଆବଶ୍ୟକତା ଅଛି ଯେ ?
କେବଳ ଦିଅ ମୁକୁଳା ଇଚ୍ଛାଫୁଲର ଚାରାଗଛଟେ
 ଦେଖିବ , ଛୋଟ ଟି ଯଥେଷ୍ଟ ପର୍ଯ୍ୟାପ୍ତ

 ସେଇ କଅଁଳ ଶିରିଷ ମ୍ରିଦୁଳ
 ଅସମ୍ଭବର ଅଭୟାରଣ୍ୟରେ ହୁଗୁଳା ବିଚରଣ କରୁ କରୁ
 ଆବିଷ୍କାର କରିଦେବେ ପବନ ପିଠିରେ ସୂର୍ଯ୍ୟାସ୍ତ


Rate this content
Log in

Similar oriya poem from Fantasy