STORYMIRROR

Sairat Satyajit

Romance Tragedy Fantasy

3  

Sairat Satyajit

Romance Tragedy Fantasy

କଥା ହେବାକୁ ଇଚ୍ଛା ହୁଏ ଆଉ ଥରେ

କଥା ହେବାକୁ ଇଚ୍ଛା ହୁଏ ଆଉ ଥରେ

1 min
159

କଥା ହେବାକୁ ଇଚ୍ଛା ହୁଏ

ଆଉ ଥରେ 

ନିରୋଳାରେ

ତୋ ସାଥିରେ 

ସମୟ ସ୍ଵଳ୍ପତା - ସମାଜ ବିଭେଦ -

ବର୍ତ୍ତମାନ ପ୍ରେମବନ୍ଧନୀରୁ ଦୂରେଇ 

କୋଉ ଅଚିହ୍ନା ଇଲାକାରେ 

କଥା ହେବାକୁ ଇଚ୍ଛା ହୁଏ

ଆଉ ଥରେ 

ନିରୋଳାରେ

ତୋ ସାଥିରେ ।


ମୁଁ ଜାଣେ ତୁ ହେଇ ସାରିଛୁ 

ଆଉ କାହାର... ମୁଁ ନଥିବା ବେଳେ

ଇର୍ଷା ହୁଏନି!

ଥିଲେ ବି କଣ ଫରକ୍ ପଡିଥାନ୍ତା?


ଅସ୍ଥିର ସମୁଦ୍ରର ଶାନ୍ତ

ଗର୍ଭସ୍ଥ ଜଳରାଶି ପରି 

ମୁଁ ସ୍ଥିର ଥାଏ! 

ନା ଥାଏ ଦୁଃଖ!

ନା ପ୍ରାପ୍ତିର ଆକାଂକ୍ଷା!

 

ହେଲେ ତୋ ସାଥୀରେ ମୋ

ଅପ୍ରକାଶିତ ଅବ୍ୟକ୍ତ ଭାବନା 

ଚଳ ଚଞ୍ଚଳ ହୋଇ ଉଠେ

ବର୍ଷାର ମୟୂର ପରି

ଲାଗୁ ମୋର ବୋଲି


ଭଲ ଲାଗେ ତୋ ପ୍ରଗଳ୍ଭତା

ଏଣୁ ତେଣୁ ମନଖୋଲା କଥା

ସେ କଥାରେ ତୁ କଣ ଥାଉ କି?

ମୁଁ ତ ନଥାଏ!

ମୁଁ ବ୍ୟସ୍ତ ଥାଏ ଅଦୃଶ୍ୟରେ..

ତୋ ଇତଃସ୍ତତ ଉଲୁରା ବେଣୀକୁ

ସାଉଁଟିବାରେ..

କେବେ ଅନୁଭବ କରି ଦେଖ୍ 


ତୋ ମନ ଗଳି କନ୍ଦିରେ

ମତେ ଖୋଜି ବୁଲୁଥାଏ

ହେଲେ ପାଏ କି!

ମୁଁ ତ ନଥାଏ 

ତୁ କୋଉଠି ଥାଉ?


ଭାବେ! ବେଳେ ବେଳେ ଭାବେ!

ସତରେ ତୁ ଆଗରୁ

ମୋର ହେଇଥାନ୍ତୁ କି!

କିନ୍ତୁ ଆଜି ମୁଁ କଣ ତତେ

ଏମିତି ଆବିଷ୍କାର କରି ପାରିଥାନ୍ତି-

ଏବେ ଯେମିତି ଅଛୁ

ବୋଧହୁଏ ସେ ସତ୍-ସାହାସ ଆମର ନାହିଁ 

ବୋଲି ତ ଲୁଚି ଛପି କଥା ହଉ

ନହେଲେ କେବେଠୁ

ୟୁରେକା! ୟୁରେକା! କହି

ଦୁନିଆକୁ କହି ସାରନ୍ତିଣି


ଛାଡ୍! ତୁ ଯେମିତି ବି ଅଛୁ

ଭାରି ଭଲ ଲାଗୁ

ତୁ ଯାହାର ବି ହଅନା କାହିଁକି

ମୋ ନିଜର ଲାଗୁ


ଏବେ ମୁଁ ତପସ୍ୟାରେ ଅପେକ୍ଷାରେ

ମଗ୍ନ ହେବାର ସମୟ

ଏବେ ତ ଦୂରତା ବଢ଼ିବାର ସମୟ

ନୀରବତା ଗାଢ଼ ହେବାର ସମୟ

ସେ ଯୋଉ ନୀରବତା ଛାଇ ଯିବ ନା

ସେ ଭିତରେ ମୁଁ ତୋ ଅସ୍ତିତ୍ଵକୁ

ଖୋଜିବାର ସମୟ ।


କେବେ କେବେ ତୁ ଉଲ୍କାତାରା

ପରି ଦିକ୍ କିନା ମୋ ଅକାଶରେ

ଓହ୍ଲେଇ ଆସିବାରେ ମୋ ଖୁସି

ମୋ ଖୁସି ଏତେ ବି ବଡ ନୁହେଁ !


ହଁ, ମୋ ଖୁସି ଏତେ ବି ବଡ ନୁହେଁ - 

କେବେ କେବେ 

କଥା ହେବାକୁ ଇଚ୍ଛା ହୁଏ 

ଆଉ ଥରେ 

ନିରୋଳାରେ

ତୋ ସାଥୀରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance