STORYMIRROR

Sairat Satyajit

Abstract Action Inspirational

3  

Sairat Satyajit

Abstract Action Inspirational

ସମୟକୁ ଚିଠି

ସମୟକୁ ଚିଠି

1 min
218

 

ଇଚ୍ଛା ହୁଏ ହଜି ଯିବାକୁ

ଦଲିଲ୍ ଦସ୍ତାବିଜ୍ ଭିତରେ

କାହାକୁ ଖାତିର୍ ନକରି 

ସମୟକୁ ଅଣ ଦେଖା କରି 


ଇଚ୍ଛା ହୁଏ

ସବୁ କ୍ଷତ ଦାଗ ଉପରେ

କଳା ଚାଦରଟିଏ ଢାଙ୍କି ବସିଯାନ୍ତି 

ନା ଦିଅନ୍ତି ତାକୁ ମଲମ ନା ଉପଚାର 

ବିଲ୍ କୁଲ୍ ବେପରୁଆ ଭାବରେ 


ଦେଖୁଥାନ୍ତି ବସି 

ଦୂର ପାହାଡିଆ ଘାଟିରୁ 

ପ୍ରକୃତିର ସୌନ୍ଦର୍ଯ୍ୟ 

ଜନବସତି ନଈ ନାଳ ଝରଣା 

ରାସ୍ତା ଘାଟ ଆଉ ଥାଟ ପାଟ ସବୁ 


ରାସ୍ତାରେ ଚାଲି ଯାଉଥିବା 

ଗାଡି ମଟର ସବୁ କେତେ 

ଛୋଟ ଦେଖା ଯାଆନ୍ତି ଦୂରରୁ ସତେ 

ଅଥଚ ବାସ୍ତବରେ ବହୁତ ବଡ ସବୁ 

ଠିକ୍ ମୋ ଅତୀତର କ୍ଷତ ଭଳି 


ମୁଁ ଜାଣିଛି ସମୟ ତତେ 

କିଛି କ୍ଷଣ ଚୁପ୍ ରହିଲା ପରେ 

ମତେ ପୁଣି ଟାଣିବୁ ତଳକୁ 

ମୋ ଭାବନା ସ୍ୱାଭିମାନର ପାହାଡ଼ ଉପରୁ 

ରାମ ଦୋଳିର ଝୁଲାରେ ବସେଇ 

ମୁଁ ବି ଭାରି ଜିଦିଆ 

ଦେଖିବି... 

କେତେ ଯାଏଁ ଟାଣିବୁ ମତେ 

ମୋ ଅନିଚ୍ଛା ସତ୍ତ୍ୱେ 

ଦିନେ ତ ଥକି ଯିବୁ! 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract