STORYMIRROR

Sairat Satyajit

Romance Fantasy

4  

Sairat Satyajit

Romance Fantasy

ଏକତରଫା ପ୍ରେମ!

ଏକତରଫା ପ୍ରେମ!

1 min
221


ଅଧା ବର୍ଷା ଅଧା କଥା

ଦୁଃଖ ଦିଏ

ଆରମ୍ଭ ପୂର୍ବରୁ ସମ୍ପର୍କରେ ଭଟ୍ଟା

ଦୁଃଖ ଦିଏ ।


ଅନ୍ୟ କଥା ନ ଶୁଣି

ନିଜ କଥା ଖାଲି କହିଯିବା 

ବୁଝିବାନି ସେ କଣ 

କହିବାକୁ ଚାହେଁ! 

ସ୍ୱାର୍ଥପରତାର ସୀମା ଥାଏ

ସେ ନିଜ ଠାରୁ ଆରମ୍ଭ ହୋଇ 

ନିଜଠି ହିଁ ସରି ଯାଏ ।


ସବୁ ଦ୍ଵାପର ର ଆକର୍ଷୟତି ଇତି 

କୃଷ୍ଣ ନୁହେଁ

କି ଭଗବତ୍ ଗୀତାର ପ୍ରଭାବ 

ସବୁ ଜ୍ଞାନୀ ହଉ କି 

ମୂଢ ମାନବର ମନରେ ନଥାଏ-

ସମସ୍ତେ ଅର୍ଜୁନ ନୁହେଁ ।


ଏଠି ତ ସବୁ ନିଜ ନିଜ 

ସମୟରେ ବ୍ୟସ୍ତ! 


ଭୋକର ତାତିରେ

ବିରହ ଜ୍ୱାଳାରେ 

ତିମିର ରାତିରେ 

କିଏ ପଛେ ଜଳୁ

ତା ଆଗରେ ଆମେ 

କିନ୍ତୁ ଦୀପାବଳି ପାଳୁ ।


ତମେ ଜାଣିଛ କି 

ସେ ଜାଣି ଶୁଣି 

ଅଜଣା ହେବା

କ୍ରିୟା ବା କାର୍ଯ୍ୟକ୍ରମର 

ନାଁ କଣ? 


ଯୋଉଠି ବେଳେ ବେଳେ 

ଆକାଂକ୍ଷା ରହିତ କି ସନ୍ୟାସୀ 

ବିଶେଷଣ ହେଲେ 

ଖୁବ୍ ଖୁସି ଲାଗେ  

ନିଜ ଦୁନିଆରେ.. 

ନହେଲେ 

ପ୍ରତିଦିନ ପତ୍ରିକାର 

ଏସିଡ ମାଡ କି 

ଅସଦାଚାରଣରେ 

ପ୍ରତୀୟମାନ 


ହଁ ସମସ୍ତଙ୍କ ଦରକାରୀ ଶତୃ 

କେବେ ନା କେବେ 

କାହା ପାଇଁ 


ବଞ୍ଚି ହୁଏ ମରି ମରି 

ମନକୁ ବୁଝେଇ 

କାହା ଭାବନାରେ 

ମିଛଟାରେ

ନିଜର ଭାବି! 


ସଚୋଟ୍ଟ ହୃଦୟର 

ଅତିରଞ୍ଜିତ କଳ୍ପନା 

ଏକ ସଂଜ୍ଞାହୀନ ସମ୍ପର୍କର 

ମିଥ୍ଯା ଆସ୍ଫାଳନ! 


ହଁ ସେ ଭଲ ପାଇବା 

ଥାଇ ଯୋଉ ନଥାଏ ନା.. 

ସେ କ୍ରିୟା ବା କାର୍ଯ୍ୟକ୍ରମର 

ନାମ - 

ଏକତରଫା ପ୍ରେମ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance