Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mr.GAGAN BIHARI NAYAK

Romance Classics Inspirational

3  

Mr.GAGAN BIHARI NAYAK

Romance Classics Inspirational

ଆଖି

ଆଖି

1 min
12K


ଖୋଜିଲା ଖୋଜିଲା ଆଖିରେ ତୁମର ।   

ହଜିଲା ରାତ୍ରିର ତନ୍ଦ୍ରା ।

ଇଶାରାରେ କିଛି କଥା କହେ ଆଖି ।  

ଲାଗେ ସେ'ଚପଳ ଛନ୍ଦା ।।


କେତେ ଯୁଗ ସ୍ବପ୍ନ ଆଖିରେ ବସେଇ ।   

ନିରବରେ କାଟ ରାତି ରାତିତ ଅଳସୀ ତୁମେ ଗୋ ପ୍ରେୟସୀ ।  

ପ୍ରୀତି କଜଳକୁ ମାଖି ।।

ଆଖିର କିମିଆଁରେ କଳାଜାଦୁ ତୁମ ।   

ମନକୁ ନେଉଛି କିଣି।କି'ମନ୍ତର ଫୁଙ୍କ ଆଖିରେ ଆଖିରେ।   

ହୃଦୟକୁ ନିଅ କିଣି ।।

ଆଖିର ନିଦକୁ ଆଖିରେ ବସେଇ ।   

ଖାଲିଟାରେ ହାଇମାର ।

ଆଖିର ଭୃଲତା କହେ କେତେ କଥା ।   

ନାଚେ ରୂପର ସଂଭାର।।

ଆଖି ଥରେ ଜଦି ଆଖିରେ ମିଶାଅ ।  

ପ୍ରଣୟ ଆଖିର ଠାରେ ।

ସେଇ ଆଖି ରହେ ମୂକ ସାକ୍ଷୀ ଯେବେ ।  

ପ୍ରତାରଣା ଦେଲେ କାରେ।।

ସେ ଆଖି ଦେଖେତ ଗୋପନ ବେଳାର ।   

ସ୍ବପ୍ନିଳ ମିଠା ସ୍ମୃତି ।

ସେ ଆଖି ସତରେ କେତେ ଆପଣାର । 

ବାଛେ ଯେ'ଜୀବନ ସାଥୀ ।।


ଆଖି ପଟଳରେ ନାଚି ଉଠେ ଯେବେ ।  

ଗୋଧୂଳୀର ଅସ୍ତରାଗ ।

ଜୀବନ ସଂଜର ଅସ୍ତମିତ ହୁଏ ସମୟ ଚୋରାଏ ରଂଗ ।।

ପ୍ରଥମ ଦେଖାରେ ସେଇ ଆଖି ତମ ।   

କିଣି ନିଏ କେତେ ପ୍ରାଣ ।।

ଆଖିରେ ଆଖିରେ ପ୍ରେମ ହୋଇ ଗଲେ ।   

ଝୁରି ହୁଏ ଝୁରା ମନ ।

ପ୍ରୀତି ତୀରେ କେତେ ହୃଦୟକୁ ଆଖି ।  

କରିଛି ନିରବେ ଭେଦ ।

ବିରହ ସ୍ମୃତିରେ ଜଳେଇ ମାରିଛି  ମନେ ଦେଇ ଅବସାଦ ।।

ତମ ସେ ଆଖିରେ ମୋ ମନକୁ ଦେଖ ।  

କେତେ ମୁଁ ପାଉଛି ଭଲ ।

ଜାଣିବ କେମିତି ତମେତ ମିଛେଇ ।   

ଜାଣି କର କଲବଲ ।।

ମାଦକତା ଭରା ଆଖିରେ ତମର ଥରୁଟିଏ ଦିଅ ଧରା ।

ବନ୍ଧା ପଡିଥିବି ତମ ସେ ଆଖିରେ  ଭୂଲି ଏ ଦୁନିଆଁ ସାରା ।।



Rate this content
Log in

Similar oriya poem from Romance