Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mr.GAGAN BIHARI NAYAK

Tragedy Inspirational

3  

Mr.GAGAN BIHARI NAYAK

Tragedy Inspirational

ମୋ ଦେଶ

ମୋ ଦେଶ

1 min
192



ମୋ ଦେଶ ମାତୃଭୂମି

ଜୀବନର ତପୋଭୂମି ।

ପାଳିଛି ସେ' ମାଆ ସମ

ତା'ବିନୁ କେ ନାହିଁ ଆନ।।

ଭାରତ ମାତା କି ଜୟ...

ବନ୍ଦେ ମାତରଂ କୁହ (୦)


ନିଗୁଡ଼ିଛି ଯେତେ ରକତ ତା'ପାଇଁ ।

ତା' ମମତା ମୂଲ କେ' ପାରିବ ଦେଇ।

ଶୁଝିପାରିନି କେ' ମାତୃ ଦତ୍ତ ଋଣ ।

ତଥାପି କରିନି କେବେ ଅଭିମାନ।।

ଏମିତି ମାଆର ଶ୍ରୀ ପାଦେ ଜୁହାର ।

ସେ ଆମ ପାଇଁ ଜୀବନ୍ତ ଦିଅଁ (୧)


ନ ଥାଉ ପଛକେ ଚାଳ ମଥା ପରେ ।

ଦି' ପାଦ ଭୂଇଁ ଥାପିଛି ଛାତିରେ ।।

ଚେନାଏଁ ଆକାଶ ରଖିଛି ସେ' ମୁକ୍ତ ।

ଜୀଇଁ ଥିବା ଯାଏ ଅବାଞ୍ଛିତ ଦେୟ (୨)


ନ ଥାଉ ପଛକେ ଘରଟିଏ କା'ର ।

ଆକାଶ ତଳେ ତା' ବିଶ୍ଵ ପରିବାର ।

ଶୋହେ ସ୍ଵର୍ଣ୍ଣ ରତ୍ନ ଖଚିତ ମେଖଳା ।

ତନୟା ଗଙ୍ଗା ତା' ହୃଦୟର ମାଳା ।

ସ୍ୱର୍ଗାଦପି ଗରୀୟସୀ 

ତା' ମିଠା ସ୍ନେହ (୩)



Rate this content
Log in