STORYMIRROR

ଦୀପଙ୍କର ଦାସ

Tragedy Classics Inspirational

3  

ଦୀପଙ୍କର ଦାସ

Tragedy Classics Inspirational

କେମିତି ଉଦ୍ଧାର ହେବ ମୋ ଦେଶର

କେମିତି ଉଦ୍ଧାର ହେବ ମୋ ଦେଶର

1 min
380

ହିନ୍ଦୀ - ଅଝର୍ ଇକବାଲ୍


ଗାଳିକୁ ପ୍ରଣାମ ମାନିବାକୁ ହୁଏ


ମଧୁଶାଳାକୁ ଧାମ ମାନିବାକୁ ହୁଏ


ଆଧୁନିକ ହେବାର ଅନ୍ଧ ଜିଦ୍ ରେ


ରାବଣକୁ ରାମ ମାନିବାକୁ ହୁଏ


ହେଲା ତୁମ ଆଗମନ ନିଦରେ


ମୋତେ ଫୁଲର ବର୍ଷାରେ ଗଧୋଇଦେଲା


ହସୁଥିବା ଏକ ଗଗନ ନିଦରେ


ଏବେ କେମିତି ଉଦ୍ଧାର ହେବ ମୋ ଦେଶର


ଲୋକେ କରନ୍ତି ଚିନ୍ତନ ମନନ ନିଦରେ


ଏତେ ସଙ୍ଗୀନ ପାପ କିଏ କରେ


ମୋ ଦୁଃଖରେ ବିଳାପ କିଏ କରେ


ଚେତନା ମରିଯାଇଛି ଲୋକଙ୍କ


ପାପରେ ପ୍ରାୟଶ୍ଚିତ କିଏ କରେ


ଯେବେ ବି ତାଙ୍କ ଗଳିରେ ଭ୍ରମଣ ହୁଏ


ତାଙ୍କ ଦ୍ଵାରରେ ଆତ୍ମ ସମର୍ପଣ ହୁଏ


ପ୍ରିୟେ କାହାଠୁ ଦୋଷ ଲୁଚାଇବ ନିଜର


ନିଜ ମନ ବି ଦର୍ପଣ ସଜିଯାଏ


ସେ ଯେଉଁ ପକ୍ଷୀ ଗୁଞ୍ଜନ କରୁଛି


ସେ ମୋ ଭିତରେ ପ୍ରେମ ସୃଜନ କରୁଛି


ବହୁତ୍ ଦିନ ରହିଲି ତୁମଠୁ ଦୂରରେ


ତୁମକୁ ଦେଖିବାକୁ ପୁଣି ମନ ହେଉଛି


ଆଉ ନଦୀର ଶାନ୍ତ ତଟରେ ବସି ମନ


ତୁମର ସ୍ମୃତି ବିସର୍ଜନ କରୁଛି।


ମଧୁଶାଳା - ମଦ ଦୋକାନ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy