STORYMIRROR

Sumitra mishra

Tragedy

3  

Sumitra mishra

Tragedy

କାଗଜଡଙ୍ଗା

କାଗଜଡଙ୍ଗା

1 min
336


ଗ୍ରୀଷମ ଋତୁରେ ମରତ ପୁରରୁ

  ନିଏ ଯେଉଁ ଜଳ ଶୋଷି,

ବରଷା କାଳରେ ଛାଡେ ଅବିରତ

  କୃଷକ ମନକୁ ତୋଷି ।।


ବହିବହି ଯାଏ ଜଳସ୍ରୋତ ଯେହ୍ନେ

  ସୁନ୍ଦରୀ ତରୁଣୀ ପ୍ରାୟ,

ସେହି ସ୍ରୋତେ ମଜେ ବାଲ୍ୟକାଳ ମୋର

  ଲୋଡ଼େ ସାଥୀଟିଏ ପ୍ରିୟ ।।


ସାଥୀ ସଙ୍ଗେ ମିଶି ଭସାଉଥିଲି ମୁଁ 

  କାଗଜର ଡଙ୍ଗା ଗଢ଼ି,

ଅନନ୍ୟ ଆନନ୍ଦ ଅସରନ୍ତି ସୁଖ

  ମିଳୁଥିଲା ହୁଏ ଝୁରି ।।


ସମୟର ସାଥେ ବୟସ ବଢିଲା

  ଯୈ।ବନ ଆସିଲା ମାଡ଼ି,

କାଗଜ ଡଙ୍ଗା ମୋ ପ୍ରେମପତ୍ର ହେଲା

  ସ୍ରୋତରେ ଦେଲି ମୁଁ ଛାଡି ।।


ପ୍ରିୟା ଘରବାଟେ ପ୍ରେମ ପତ୍ର ଭାସେ

  ପ୍ରିୟା ମୋ ସାଉଁଟି ନିଏ,

ପାଲଟା ପତ୍ର ମୁଁ ଫେରିପାଏ ନାହିଁ

  ‌ସ୍ରୋତ ଯେ ତଳକୁ ଧାଏଁ ।।


ପ୍ରିୟା ପ୍ରିତି ଖେଳ ସରୁସରୁ ମୋର 

  ବାର୍ଦ୍ଧକ୍ୟଟା ଦେଲା ଗ୍ରାସି,

ପୈ।ତ୍ରପୈ।ତ୍ରୀ ମେଳେ ସମୟ ବିତୁଛି

  ତାଙ୍କ ହସେ ହୁଏ ଖୁସି ।।


ଏବେ ବି ବରଷା ଝରିଯାଏ ଯେବେ

   ଉତ୍ତାଳ ତରଙ୍ଗ ପରି,

ନାତିନାତୁଣୀଏ ଆନନ୍ଦେ ଭସାନ୍ତି 

  କାଗଜ ଡଙ୍ଗାକୁ ଧରି ।।


ତାଙ୍କ ହସଖୁସି କାଗଜର ଡଙ୍ଗା

   ଉଖୁରାଏ ପିଲାବେଳ,

ଗୋଟିଗୋଟି ହୋଇ ସ୍ମୃତି ଦରପଣେ

   ଭାସିଯାଏ ମାଳମାଳ ।।


ବାଲ୍ୟରୁ ଯୈ।ବନ ଏବେ ମୋ ବାର୍ଦ୍ଧକ୍ୟ

   ସବୁଠାରେ ତା'ର ଚିହ୍ନ,

ପିଲାବେଳ ଖୁସି ଯୈ।ବନର ପ୍ରେମ

  କେତେ ମିଠା ସେହି ସ୍ଵପ୍ନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy