STORYMIRROR

Sumitra mishra

Abstract

4  

Sumitra mishra

Abstract

କାଶତଣ୍ଡି ଫୁଲ

କାଶତଣ୍ଡି ଫୁଲ

1 min
669

ବରଷା ରାଣୀର ହାତକୁ ଧରି

ଶରତ ଆସିଛି ମରତପୁରୀ,

ନିରିମଳ ଶୋଭା ଦିଏ ପ୍ରକାଶି

ମନ ପ୍ରଫୁଲ୍ଲିତ ହୁଏ ସବୁରି ।।


ଶରତ ଆକାଶେ ଜହ୍ନମାମୁଁଟି

ଜୋଛନା ଢାଳଇ ସାରା ଭୁବନେ, 

ସରୋବରେ ହସେ ଫୁଲେଇ କଇଁ

ସତେ କି ପିୟୂଷ ଢାଳୁଛି ମନେ ।।


କାଶତଣ୍ଡୀ ଫୁଲେ ସଜେଇ ହୋଇ

ଧରଣୀ ବସିଛି ମାଆକୁ ଚାହିଁ,

ବିଲବଣ ଆଉ ନଈର ପଠା

ସବୁଠାରେ ସିଏ ରହିଛି ଚାହିଁ ।।


ପାର୍ବଣ ଋତୁଟି ଏଇ ଶରତ

ପାଳୁ ଆମେ ମିଶି ଯାନି ଓ ଯାତ,

ରାଗରୋଷ ଆମେ ଭୁଲିଣଯାଇ

ଭାଇଚାରା ଭାବେ ହସେ ଜଗତ ।।


କୁମାର ଉତ୍ସବେ କୁମାରୀମାନେ

ବୃନ୍ଦାବତୀ ପାଦ ପୂଜେ ହରଷେ,

ଜହ୍ନିଫୁଲେ ସିଏ ଚାନ୍ଦ ଆଙ୍କିଛି

ମହମହ ବାସ୍ନା ଧରଣୀ ହସେ ।।


ଶରତ ଋତୁଟି ଆମ ନିଆରା

ଲକ୍ଷେ ଫଗୁଣର ସେ ଫଲ୍ଗୁଧାରା,

ଗନ୍ଧ ନାହିଁ ସିନା ସେ ବାସ୍ନା ଭରା

ସଜେଇ ହୋଇ ସେ ହସେ ମୋ ଧରା ।।


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract