STORYMIRROR

Sumitra mishra

Tragedy

3  

Sumitra mishra

Tragedy

ଆମ ପରିବାର

ଆମ ପରିବାର

1 min
370

ଏ ମର୍ତ୍ତ୍ୟ ଧାମରେ 

   ପରିବାର ଠାରୁ

     ସୁନ୍ଦର ସ୍ଥାନଟେ ନାହିଁ,

ଯହିଁ ପରସ୍ପର 

   ସେନେହ ମମତା

     ରହିଥାଏ ଖୁନ୍ଦି ହୋଇ ।।


ଗୁରୁଜନମାନେ 

  ଚଳନ୍ତି ଦେବତା

   ପିଲାଏ ଅଗଣା ଫୁଲ,

ପିତା ମାତା ଆମ 

  ପୂଜାରୀ ସାଜନ୍ତି

    ମନ୍ଦିର ଠାରୁ ସେ ଭଲ ।।


ରାଗରୁଷା ଆଉ 

  ଅଭିମାନ ସବୁ 

   ଏହିଠାରେ ହୁଏ ଶେଷ,

ଦୁଃଖେ ଥିଲେ କେହି 

  ସଭିଙ୍କ ଓଠରୁ

    ଉଡିଯାଏ ଭୋକଶୋଷ ।।


ଆଧୁନିକତାର ଛାପ 

   ବାଜି ଆଜି

    ଖଣ୍ଡବିଖଣ୍ଡିତ ହେଲା,

ଯୈ।ଥ ପରିବାର 

  ଦେଖିବା ସପନ 

    ସବୁ ଘରେ ଠିଆ ପାଲା ।।


ପାରିବାରିକ 

  କଳହଟା ଆଜି

   ପଲ୍ଲୀରୁ ସହର ଯାଏଁ,

ସୈ।ଜନ୍ୟ ସଂସ୍କାର 

   ଶାନ୍ତି ପ୍ରୀତି ଭାବ

    ଖୋଜିଲେ ମିଳୁନି ହାଏ ।।


ଭାଇ ଭାଇ ଭାବ 

  ସାତ ସ୍ଵପ୍ନ ଆଜି

   ମାଆ ବାପା ହୀନିମାନ,

ନିଜ ସୁଖ ନେଇ 

  ସଭିଏଁ ରହିଲେ

   ମନ୍ଦିର ପୂଜାରୀ ଶୂନ୍ୟ ।।


ପୂର୍ବେ କଥାଥିଲା 

  ଯୁଦ୍ଧେ ହାରିବୁନି 

   ସାଙ୍ଗରେ ଥିଲେ ତୋ ଭାଇ,

ବଡ଼ ଶତ୍ରୁ ଆଜି 

  ଭାଇ ହିଁ ସାଜିଛି

    କାହାକୁ କହିବା ସାଇଁ ।।


ପରିବାର କଳହ 

  ବଢ଼ି ତ ଯାଇଛି

    ସବୁଠାରେ ହାହାକାର,

ଏକ ଅନ୍ନବର୍ତ୍ତୀ 

  ପରିବାରରେ ବି

    କଳହର ଅବତାର ।।


ତଥାପି ସୁନ୍ଦର 

  ପରିବାର ଆମ

    ଥିଲା ଅଛି ରହିଥିବ,

ମାନ ଅଭିମାନ 

  ରାଗରୁଷା ଆମ 

    ଦିନେ ଶେଷ ହୋଇଯିବ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy