ଆମ ପରିବାର
ଆମ ପରିବାର
ଏ ମର୍ତ୍ତ୍ୟ ଧାମରେ
ପରିବାର ଠାରୁ
ସୁନ୍ଦର ସ୍ଥାନଟେ ନାହିଁ,
ଯହିଁ ପରସ୍ପର
ସେନେହ ମମତା
ରହିଥାଏ ଖୁନ୍ଦି ହୋଇ ।
ଗୁରୁଜନମାନେ
ଚଳନ୍ତି ଦେବତା
ପିଲାଏ ଅଗଣା ଫୁଲ,
ପିତା ମାତା ଆମ
ପୂଜାରୀ ସାଜନ୍ତି
ମନ୍ଦିର ଠାରୁ ସେ ଭଲ ।
ରାଗରୁଷା ଆଉ
ଅଭିମାନ ସବୁ
ଏହିଠାରେ ହୁଏ ଶେଷ,
ଦୁଃଖେ ଥିଲେ କେହି
ସଭିଙ୍କ ଓଠରୁ
ଉଡିଯାଏ ଭୋକଶୋଷ ।
ଆଧୁନିକତାର ଛାପ
ବାଜି ଆଜି
ଖଣ୍ଡବିଖଣ୍ଡିତ ହେଲା,
ଯୈ।ଥପରିବାର
ଦେଖିବା ସପନ
ସବୁ ଘରେ ଠିଆ ପାଲା ।
ପାରିବାରିକ
କଳହଟା ଆଜି
ପଲ୍ଲୀରୁ ସହର ଯାଏଁ,
ସୈ।ଜନ୍ୟ ସଂସ୍କାର 
;
ଶାନ୍ତି ପ୍ରିତି ଭାବ
ଖୋଜିଲେ ମିଳୁନି ହାଏ ।
ଭାଇ ଭାଇ ଭାବ
ସାତ ସ୍ଵପ୍ନ ଆଜି
ମାଆ ବାପା ହିନିମାନ,
ନିଜ ସୁଖ ନେଇ
ସଭିଏଁ ରହିଲେ
ମନ୍ଦିର ପୂଜାରୀ ଶୂନ୍ୟ ।
ପୂର୍ବେ କଥାଥିଲା
ଯୁଦ୍ଧେ ହାରିବୁନି
ସାଙ୍ଗରେ ଥିଲେ ତୋ ଭାଇ,
ବଡ଼ ଶତ୍ରୁ ଆଜି
ଭାଇ ହିଁ ସାଜିଛି
କାହାକୁ କହିବା ସାଇଁ ।
ପରିବାର କଳ଼ହ
ବଢ଼ି ତ ଯାଇଛି
ସବୁଠାରେ ହାହାକାର,
ଏକ ଅନ୍ନବର୍ତ୍ତୀ
ପରିବାରରେ ବି
କଳହର ଅବତାର ।
ତଥାପି ସୁନ୍ଦର
ପରିବାର ଆମ
ଥିଲା ଅଛି ରହିଥିବ,
ମାନ ଅଭିମାନ
ରାଗରୁଷା ଆମ
ଦିନେ ଶେଷ ହୋଇଯିବ ।