STORYMIRROR

Sumitra mishra

Tragedy

4  

Sumitra mishra

Tragedy

ନାସ୍ତିକ

ନାସ୍ତିକ

1 min
471


ଦୁଃଖ ତୁ ଦେଇଛୁ ସାନ୍ତ୍ଵନା ଦେବୁ ତୁ

  ଆହେ ପ୍ରଭୁ ଜଗନ୍ନାଥ,

ଭବ ପାରାବାରେ ବୁଡି ମୁଁ ଯାଇଛି

  କୋଳେ ଟାଣି ନିଅ ନାଥ ।।


ବୈତରଣୀ ଆଶା କୂଳ ଲଙ୍ଘିଲାଣି

  ନୀରବ ଯନ୍ତ୍ରଣା ସାର,

ଭରସା ବାଦଲ ଭାସି ଯେ ଗଲାଣି

   ସଂସାର ମାୟାର ଘର ।।


ଅନ୍ତରଟା ମୋର କାନ୍ଦେ କଇଁ କଇଁ

   ଭୁଲିଛି କର୍ମ ଓ ଧର୍ମ,

ବିଦାୟ ବେଳାର ସାହାନାଇ ବାଜେ

  ତୁଣ୍ଡ ଭଜୁ ତୋର ନାମ ।।


ବାଉଳା ମନରେ ପାଶୋରି ତୋ ନାମ

   ଗଲି ନାହିଁ ପୁରସ୍ତମ,

ନାସ୍ତିକ ସାଜି ମୁଁ କଟେଇଲି କାଳ

   ଧରିଲି ନାହିଁ ତୋ ନାମ ।।


ବେଳ ଗଡିଲାଣି ମଶାଣି ଡାକୁଛି

  ହାତ ମୋ ଆଡ଼କୁ ଠାରି,

ଦେଖା ଆର ଜନ୍ମେ ନେଉଛି ମେଲାଣି

   ରଖିବୁ ଆପଣା କରି ।।


ମୁଣ୍ଡରେ ଭରିଲୁ କୁବୁଦ୍ଧିରୁ ପୁଞ୍ଜେ

  ଚଲାଇଲୁ ଘୃଣ୍ୟ ପଥେ,

ପାପ ଘୃଣ୍ୟ କର୍ମ କରି ଦିନ ଗଲା

  ନ ଭଜିଲି ଦିନେ ତତେ ।।


କ୍ଷମା କରିଦେବ ନ ଦେବ ଜନମ

  ଆଉ ଏଇ ଧରା ଧାମେ,

ନାହିଁ ପ୍ରୟୋଜନ ମୋ ପରି ନାସ୍ତିକ

  ପୂଣ୍ୟ ଏ ଭାରତ ବର୍ଷେ ।।


ବେସୁରା ବଇଁଶୀ ବାଜେ ରହିରହି

  ଓଲଟା ତୀର କେ ମାରେ,

ସମୟ ବହୁଛି ଉଜାଣି ସୁଅରେ

   ଗଣ୍ଠିଲି ଟିକିଏ ଧର ।।


ବଡ଼ ଦାଣ୍ଡେ ଆତ୍ମା ପୁରୁଷ ବୁଲୁଛି

  ସଂସାରରେ ମିଛ ଦେହ,

ପୁରା କରିଦେବୁ ଅଧା ଏ କାହାଣୀ

  ଲାଗୁ ତୋ ଠାରେ ମୋ ମୋହ ।।


ମୃତ୍ୟୁର ଶେଯରେ ମିଳିଯାଉ ମୋତେ

   ଟଙ୍କ ତୋରାଣିରୁ ମୁନ୍ଦେ,

ଚରଣେ ଶରଣ ମିଳୁ ମୋତେ ଟିକେ

   ବାନ୍ଧି ଦେ ଚରଣ ଫାନ୍ଦେ ।।

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy