STORYMIRROR

Sumitra mishra

Romance Tragedy

4  

Sumitra mishra

Romance Tragedy

ନିସଙ୍ଗତା

ନିସଙ୍ଗତା

1 min
520

         

ନିସଙ୍ଗତାକୁ ମୁଁ ଆଦରି ନେଇଛି

ତୁମ ପ୍ରେମର ଜହର ପିଇ,

ଭିଡ଼ ଓ ଗହଳି ଭଲ ଲାଗୁ ନାହିଁ

ତୁମ ଠାରୁ ଧୋଖା ଖାଇ ।।


କାହାକୁ ବିଶ୍ୱାସ କରିପାରୁ ନାହିଁ

ମନରେ ସଭିଙ୍କୁ ଡର,

କାଳେ କିଏ ମତେ ଠକି ଭୁଲିଯିବ

ଭାବେ ମୁହିଁ ବାରମ୍ବାର ।।


ଫଗୁଣର ରଙ୍ଗେ ରଙ୍ଗେଇ ହୋଇ ମୁଁ

ଛମଛମ ନାଚୁଥିଲି,

ଆଗମନେ ତୁମ ହୃଦ ଯେ ସ୍ପନ୍ଦିତ 

ମନେ ମନେ ହସୁଥିଲି ।।


ନିସଙ୍ଗରେ ରହି ଭୁଲି ପାରୁନା‌ହିଁ

ସ୍ମୃତି ସବୁ ଆଜି ତାଜା,

କ୍ଷତାକ୍ତ କରୁଛି ହୃଦୟ ଦହୁଛି

ଆଖିରେ ବି ଲୁହ ତାଜା ।।


ତତଲା ଲୁହର ଧାରେ ଧାରେ ଲେଖା

ପ୍ରିୟ ପୁରୁଷର ନାମ,

ଯାଯାବର ତୁହି କାହା ପ୍ରେମେ କେବେ

ହେବୁ ନାହିଁ ପ୍ରିୟତମ ।।


ଲୁହ ଛଳଛଳ ଭରା ଏ ନୟନ

ପ୍ରତି ବୁନ୍ଦାରେ ତୋ ସ୍ମୃତି,

ପ୍ରେମ ସ୍ମୃତି ସବୁ ହୃଦରୁ ନିଗିଡେ

ସାଜି ଆଜି ଅନୁଭୁତି ।।


ଅଧାପୋଡା ସ୍ଵପ୍ନ ମେଞ୍ଚାମେଞ୍ଚା ଲୁହ

ଖଞ୍ଜେଇ ଦେଇ ତୁ ଗଲୁ,

ତୋଫା ହସ ଆଉ ରଙ୍ଗରସ ସବୁ 

ମୋ ଠାରୁ ଜଡେଇ ନେଲୁ ।।


ଦୁରୁହ ବ୍ୟାପାର ସତରେ ଏ ପ୍ରେମ

ଭରେ ଖାଲି ନିଆଁ ଧୂଆଁ,

କ୍ଷତାକ୍ତ ରକ୍ତାକ୍ତ ନିସଙ୍ଗତା ଛଡ଼ା

ମିଳେ ନାହିଁ କିଛି ରାହା ।।


ସମୟ ସ୍ରୋତରେ ସବୁ ବଦଳିଛି

ବିଭୁ କୃପା ଯେବେ ଥିବ,

ନିଃସଙ୍ଗତାରୁ ମୁଁ ମୁକତି ଲଭିବି

ନୟନ ଦେଖିବ ତବ ।।


Rate this content
Log in

Similar oriya poem from Romance