STORYMIRROR

Sumitra mishra

Tragedy

3  

Sumitra mishra

Tragedy

ବର୍ଷା ସହ କିଛି ସ୍ମୃତି

ବର୍ଷା ସହ କିଛି ସ୍ମୃତି

1 min
290


ଘର ପାଶେ ଘର 

  ସାଥୀ ପିଲାଦିନ

   ଖେଳିବା ବୁଲିବା ସାଥୀ,

ସହପାଠୀ ସାଥେ 

  ସହଚରୀ ଥିଲା

    ଅତି ଆପଣାର ସାଥୀ ।।


ସମୟ ଚକରେ 

  ଦୁହେଁ ବଡ଼ ହେଲୁ

    ବଦଳି ନଥିଲା ମନ,

ହାତ ଧରାଧରି 

  ହୋଇ ଯାଉଥିଲୁ

   ବିଦ୍ୟାଳୟ ଟିୟୁସନ ।।


ସବୁଠୁ ନିଆରା 

  ସାଥୀ ସିଏ ମୋର

    ମହାବିଦ୍ୟାଳୟେ ଥିଲା,

ଦୁହେଁ ମିଶି 

 ହସଖୁସି ବାଣ୍ଟୁଥିଲୁ

   ଅନ୍ତରଟା ସଫା ଥିଲା ।।


ଦିନେ ଫେରୁଥିଲୁ 

  ମହାବିଦ୍ୟାଳୟୁ

   ଅଦିନ ବର୍ଷାଟେ ଆସି,

ବରଷିଗଲା ଯେ 

  ପ୍ରବଳ ବେଗରେ

    ଭିଜୁଥିଲୁ ଆମେ ମିଶି ।।


ସାଥେ ଥିଲା ଆମ 

  ଏକ ଗୋଟି ଛତା

   ଭିଜୁଥିଲୁ ଅଧାଅଧା,

ହାତେ ‌ହାତ ଛନ୍ଦି 

  ଚାଲୁଥିଲୁ ଆମେ

    ନଥିଲା କୈ।ଣସି ବାଧା ।।


ବିଜୁଳି ସାଥିରେ 

  ଘଡ଼ଘଡ଼ିଟାଏ 

    ମାରିଲା ପ୍ରବଳ ବେଗେ,

ଜଡେଇ ଧରିଲା 

  ଭୟଭୀତ ହୋଇ

   ମୋ ସାଥୀଟା ମୋତେ ଆଗେ ।।


ତନୁମନ ମୋର 

  ପ୍ରକମ୍ପିତ ହେଲା

   ପାଇ ତା' ଶକତ ଛୁଆଁ,

ଦେହ ଭିଜୁଥିଲା 

  ଉପରକୁ ସିନା

   ମନେ ଜଳୁଥିଲା ନିଆଁ ।।


ଦୁଇ ମନପ୍ରାଣ 

  ଏକ କରିଦେଲା

   ବରଷାଟା ସେହିଦିନ,

ଦୁହେଁ ମିଶି ଆମେ 

  ଗଢିଲୁ ସଂସାର

   ଦେଖିଲୁ ନୂଆ ସପନ ।।


ସପନ ରାଣୀ ମୋ 

  ଆଜି ଘରବାଲୀ

    ବରଷା ରାଣୀଟା ପାଇଁ,

ବର୍ଷା ସହ ସେହି 

  ସ୍ମୃତି ଅପାଶୋରା

    ଭୁଲି ମୁଁ ପାରିବି ନାହିଁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy