STORYMIRROR

Sumitra mishra

Abstract

4  

Sumitra mishra

Abstract

ଆଧୁନିକ ନାରୀ

ଆଧୁନିକ ନାରୀ

1 min
698


ହୁତୁହୁତୁ ଜଳେ ଆଧୁନିକ ବହ୍ନି 

କି ଗାଁ କି ଅବା ସହର

ବେଶ ପୋଷାକ ଓ ଚାଲିଚଳଣୀରେ

ପରିବର୍ତ୍ତନ ଆଜି ଅନେକ

ଶିକ୍ଷା ଦିକ୍ଷା ଆଉ ସମାଜସେବାରେ

ସାଜିଛି ଆଜି ସେ ଅଗ୍ରଣୀ ।।


ପୁରୁଷ ସାଥିରେ ତାଳ ଦେଇ ଚାଲେ

କର୍ମ ଧର୍ମ ସର୍ବ କ୍ଷେତ୍ରରେ

ଘରକୋଣେ ଆଉ ଆବଦ୍ଧ ନୁହେଁ ସେ

ବାହାରେ ବି ସେ ଠିଆ ଆଗରେ

ଆଲୋକ ବର୍ତ୍ତିକା ପରି ଜଳୁଥାଏ

ପରିବାର ମଝି ଖୁଣ୍ଟରେ ।।


ସ୍ଵାମୀ ସନ୍ତାନଙ୍କ ପ୍ରତିଛବି ସାଜେ

ସଂସ୍କାର ଓ ବ୍ୟବହାରରେ

ଯେତେ ସେ ସଂସ୍କାରୀ ସେ ଗୃହ ମହାନ

କଥା ଅଛି କାଳକାଳକୁ 

ନାରୀ ମର୍ଯ୍ୟାଦା ଭିତରେ ରହିଲେ

ଘର ହସେ ହସ ଖୁସିରେ ।।


ଆଧୁନିକ ସାଜି ଯେବେ ଉତ୍ସୃଙ୍ଖଳ 

ଗୃହଟି ଶ୍ମଶାନ ଜାଣରେ

ହିତାହିତ ଜ୍ଞାନ ଭୁଲି ଘୃଣ୍ୟ ପଥେ

ପଥିକ ହୁଏ ସେ ଯଦିରେ

ସବୁକିଛି ଥାଇ ସୁଖ ଚାଲିଯାଏ

ପରିବାର ଠିଆ ଦାଣ୍ଡରେ ।।


ପରିସ୍କାର ହୃଦ ଭଲ ବ୍ୟବହାର

ଅଟଇ ନାରୀର ଭୂଷଣ

ଘୃଣ୍ୟ ଚିନ୍ତା ଆଉ କପଟୀ ଭାବନା

ସଦା ପରିତେଜ୍ୟ ତାହାର

ଚାଲିବାକୁ ହେବ ସତ୍ୟର ପଥରେ

ଫୁଟିବନି କଣ୍ଟା ପାଦରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract