STORYMIRROR

Sumitra mishra

Tragedy

3  

Sumitra mishra

Tragedy

ପ୍ରିୟାର ଓଢ଼ଣୀ

ପ୍ରିୟାର ଓଢ଼ଣୀ

1 min
364


ଅଭିମାନୀ ପ୍ରିୟା ଲାଜେଇ ହସୁଛି

ଓଢ଼ଣୀ ମୁହଁରେ ଚାପି

ମୃଦୁ କମ୍ପନ ମୋ ତନୁରେ ଭରିଛି

ହସେ ମୁହିଁ ଚୁପିଚୁପି ।।


କେବେ ନାଲି କେବେ ନୀଳ ତା ଓଢ଼ଣୀ

ସାତରଙ୍ଗୀ ଇନ୍ଦ୍ରଧନୁ

ଓଢ଼ଣୀ ନୁହେଁ ସେ ମୋ ମନ ମୟୂରୀ

ଚୋରି କରେ ମନ ତନୁ ।।


ନୀଳ ଲହରୀ ପରି ତା ଓଢ଼ଣୀ

ସତେ ସମୁଦ୍ରର ଢେଉ

ମୋ ଅଙ୍ଗକୁ ଛୁଇଁ ଛୁଇଁ ବହିଯାଏ

ଋତୁ ବସନ୍ତ କି ଆଉ ।।


କେତେ ମିଠା ସ୍ଵପ୍ନେ ଭିଜିଛି ମୋ ମନ

ପ୍ରିୟା ଓଢ଼ଣୀରେ ଶୋଇ

ପହିଲି ଫଗୁଣ ଚୋରା ଚଇତାଳି

ସବୁ ମିଠା ତା ପାଇଁ ।।


ପ୍ରିୟା ଓଢ଼ଣୀରେ ଘୋଡି ହୋଇ ମୁହଁ

ମିଶାଇଛୁ ଆମେ ଆଖି

ଆମ ପ୍ରେମ ପ୍ରିତି ଭାବ ସମ୍ପର୍କର 

ଅଟଇ ସେ ମୁକ ସାକ୍ଷୀ ।।


ଅନୁପସ୍ଥିତି ତା ସହି ପାରେ ନାହିଁ

ଗୁମୁରି କାନ୍ଦେ ମୋ ମନ

ଓଢଣୀରୁ ଗୋଟେ ଚୋରେଇ ରଖିଛି

ବୁଝେଇବାକୁ ମୋ ମନ ।।


ମହମହ ବାସ ପ୍ରିୟାର ଓଢ଼ଣୀ 

ଫିକା ପଡେ ହେନା ଜୁଇ

ମନ ଆତ୍ମା ମୋର ପରିତୃପ୍ତ ହୁଏ

ବାସ ଯାଏ ମନ ଛୁଇଁ ।।


କାନ୍ଧର ଓଢ଼ଣା ମଥାରେ ଦେଇ ସେ

ଆସିବ ଯେବେ ମୋ ଘର

ସେହି ଓଢଣୀର ପଣତ କାନିରେ

ବାନ୍ଧି ଦେବି ମନ ମୋର ।।


ସିନ୍ଥିରେ ସିନ୍ଦୂର ପାଦରେ ଅଳତା

ତା' ସାଥେ ନାଲି ଓଢ଼ଣୀ

ଅଗଣାରେ ମୋର ଜାଳିବା ସଳିତା

ମଥାରେ ଓଢ଼ଣା ଟାଣି ।।


       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy