STORYMIRROR

Debabrata Mishra

Tragedy Inspirational

3  

Debabrata Mishra

Tragedy Inspirational

ଜୀବନ ଯୁଦ୍ଧ

ଜୀବନ ଯୁଦ୍ଧ

1 min
211

ଏନ୍ତୁଡ଼ିଶାଳଠୁ ମଶାଣି ରଣକ୍ଷେତ୍ରର କାହାଣୀ

ଜିତିବା ହାରିବା ଛାଡ଼ ଲଢିବା ଭୁଲିବା ନାହିଁ 


କେବଳ ଶରୀର ନୁହେଁ ମନେ ହୁଅ ପରାକ୍ରମୀ

ବୟସର କୋଟିପ୍ରଶ୍ନ ସବୁ ଉତ୍ତର ମିଳେନାହିଁ  


ଭୁଲିଯା ମରଣର ଭୟ ସଂଘର୍ଷେ ରଖିଥା ଲୟ

ହରି ରଖେ ମାରେ ହରି ତୋ' ହାତେ ଫଳ ନାହିଁ 


ଆଖିର ନଦୀକୁ ତୋର କରି ମହାଶକ୍ତି ସ୍ରୋତ

ବିବେକ ଜାଗ୍ରତ ରହୁ ଭାବରେ ଭାସିବୁ ନାହିଁ 


ସମ୍ପର୍କ କ୍ଷେତେ ତୋର ବସିବ ପରିସ୍ଥିତି କୀଟ

ଓଠକୁ ସଂଯମ କରିବୁ ଶବଦ ଫେରଇ ନାହିଁ 


ଗଢିବା ତୋ' କର୍ତ୍ତବ୍ୟ ଅନେକ ଭାଙ୍ଗିବେ ଘର

ଅନେକ କହିବେ ଏଠି କଥାରେ ଫସିବୁ ନାହିଁ  


ଦେଖନ୍ତି ଅନେକ ଲୋକ ସମସ୍ତଙ୍କ ଆଖି ଅଛି

ପ୍ରଦର୍ଶନ ମାୟା ଘାରେ ମନରେ ଦର୍ଶନ ନାହିଁ  


ସମାଜେ ଜନ୍ମିଛୁ ତୁ କେତେ ସାମାଜିକ ବ୍ୟାଧି

ଔଷଧ ସାଜିବ ଯିଏ ସେ ସମୁଦ୍ରେ ବୁଡ଼ିବ ଯାଇ  


ଈଶ୍ୱର ଈଶ୍ୱର ବୋଲି କମ୍ପିତ ସହସ୍ର ମନ୍ଦିର

ଦୁଃଖ କଷ୍ଟ ପ୍ରାଣକୁ ଅସହାୟେ ସହାୟ ନାହିଁ  


ଧ୍ରୁବ ସତ୍ୟ କର୍ମଫଳ ଚକ୍ର ପରି ଘୁରୁଥିବ ଏଠି

ପ୍ରକୃତି ଜୀବନ୍ତ ବାବୁ ପ୍ରଭୁକୁ ଖୋଜିବୁ ନାହିଁ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy