STORYMIRROR

Aparti Charan Sethi

Tragedy

3  

Aparti Charan Sethi

Tragedy

ଏବେ ଶୀତୁଆ ଶୀତୁଆ ଲାଗିଲାଣି

ଏବେ ଶୀତୁଆ ଶୀତୁଆ ଲାଗିଲାଣି

1 min
162


ଶୀତୁଆ ଶୀତୁଆ ଲାଗିଲାଣି ଏବେ

   ସୁଲୁସୁଲୁ ବାଆ ବହିଲାଣି,

ଶୀତଳ ପରଶ ଦେହ ଛୁଇଁଲାଣି

   ପାହାନ୍ତାରୁ ଥଣ୍ଡା ଲାଗିଲାଣି। 


ମେଘର ବାଦଲ ଦୂରେ ଘୁଞ୍ଚିଲାଣି

   ଆକାଶଟା ସଫା ଦିଶିଲାଣି,

ପାର୍ବଣ ଋତୁଟା କେବେଠୁଁ ଗଲାଣି

   କାର୍ତ୍ତିକ ମାସଟା ଆସିଲାଣି।

ଏବେ ଶୀତୁଆ ଶୀତୁଆ ଲାଗିଲାଣି


ପଞ୍ଚୁକ ଆଗକୁ ଆସୁଅଛି ପୁଣି

    ବଡ‌ଓଷା ତିଥି ପଡ଼ିଲାଣି,

ପାହାନ୍ତି ଶୀତରେ ବୋଇତ ବନ୍ଦାଣ

    ପାଇଁ ସଜ ହୁଏ ଓଡ଼ିଆଣୀ।

ଏବେ ଶୀତୁଆଶୀତୁଆ ଲାଗିଲାଣି


ଆସୁଅଛ ଶୀତ ତୁମେ ବୋଧେ ପୁଣି

    ଆମକୁ ସୂଚନା ମିଳିଲାଣି,

ଏ ଅବସରରେ ଶୁଭେଚ୍ଛା ଆମର

    ଶୀତ କ'ଣ ତୁମେ ଘେନିବନି?


ଫ୍ୟାନ୍ କୁଲର ରେଷ୍ଟ ଚାହିଁ ଲେଣି,

    ରେଜେଈ‌ କମଳ ଦିଶିଲେଣି,

ହେଁସ ଘୋଡେଇକି‌ ଶୋଇବାର ମଜା

    ମନରେ ମୋ ଆଜି ପଡ଼ିଲାଣି ।

ଏବେ ଶୀତୁଆ ଶୀତୁଆ ଲାଗିଲାଣି


ଧରଣୀ ରାଣୀ ମୋ ସବୁଜ ବେଢାଣ

   ବେଢେଇ ସୁନ୍ଦର ଦିଶିଲାଣି,

ଗର୍ଭଣାରୁ ମାଆ ପେଟେ ଧାନ ଅଛି

   ବାତ୍ୟା ଦେଖି ଡର ମାଡିଲାଣି ।

ଏବେ ଶୀତୁଆ ଶୀତୁଆ ଲାଗିଲାଣି


ଗହୀର ବିଲରେ ଖଟି ବସିଲାଣି

    କେରାଣ୍ଡି‌ ଶୁଖୁଆ ଶୁଖିଲାଣି,

କ‌ଅଁଳ ଖରାରେ ପଖାଳ କଂସାକୁ

    ଆଖିମାରି ମାରି ଡାକିଲାଣି।


ନିଆଁ ପୁଆ଼଼ କଥା ମନେ ପଡ଼ିଲାଣି

    ବାଉଁଶ ପତର ଶୁଖିଲାଣି,

କମଳ ପାଇଁକି‌ ବୁଢ଼ା ବଢିଙ୍କର

    ଆଜିଠାରୁ ଚିନ୍ତା ବଢିଲାଣି‌.।

ଏବେଶୀତୁଆ ଶୀତୁଆ ଲାଗିଲାଣି ।


ପଚାଶ ଆସିକି ଛୁଇଁଲାଣି ମୋତେ

   ଆଖି କେବେ ତ୍ରୁଟି ଦେଖିଲାନି,

ଋତୁ ପରେ ଋତୁ ଠିକ୍ ଆସୁଛନ୍ତି

   ଅବହେଳା କେବେ କରନ୍ତିନି।


ନିୟତୀ ନିର୍ଦ୍ଦେଶ ସମୟ ଭାଙ୍ଗୁନି

    ଆମେ କିନ୍ତୁ ତାକୁ ଚିହ୍ନିଲୁନି,

ଅଳସ ପଣରେ ନିଜକୁ ଠକିଲୁ‌

    କଥା ଦେଇ କଥା ରଖିଲୁନି।


ଭଲକଲ ଶୀତ ତୁମେ ଆସିଲଣି

    ମଙ୍ଗଳ ପରଶ ବାଣ୍ଟିଲଣି,

ତୁମପାଇଁ କାଳେ କରୋନା ମାତିବ 

    ପ୍ଲିଜ୍ ତାକୁ ଦେଖା କରିବନି।

ଏବେ ଶୀତୁଆ ଶୀତୁଆ ଲାଗିଲାଣି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy