କୋପ
କୋପ
କୋପରେ ଢ଼ାଳନ୍ତି ସୂରଜ ଦେବତା
କିରଣ ନୁହେଁ ସେ ନିଆଁ
ବିଲ ବାଡି ସବୁ ଜଳର ବିହୁନେ
ଫାଟି କରିଛନ୍ତି ଆଁ।
ମାଟିରୁ ଉଠୁଛି ତାତିଲା ର ବାଣ
ମା ଦେହରେ ଯାଏ ଫୁଟି
ପ୍ରକୃତି ର କ୍ଷୟ ବିନାଶ ସମୟ
ବୃକ୍ଷ ଯେବେ ଦେଲା କାଟି।
ଜଳର ବିହୁନେ ମୀନର ଜୀବନ
ହେଉଥାଏ ଛଟ ପଟ
ଝାଞ୍ଜି ବହୁ ଅଛି ମଣିଷ କାନ୍ଦୁଛି
ଭୋଗୁଛି ଅନେକ କଷ୍ଟ।
ପ୍ରକୃତି ରାଣୀଟା ରୁଷି ଯାଇଅଛି
ମାନବ ସମାଜ ପାଇଁ
ଜ୍ଞାନ ବିଜ୍ଞାନ ର ଉନ୍ନତି ଘଟିଲା
ଦୁଃଖ ତ ଘୁଞ୍ଚିଲା ନାହିଁ।
ମଣିଷ ବୁଝିବ ଗଛ ଲଗାଇବ
ସୂରୁଜ କୋପ କମିବ
ମାଟି ମାଆ ତାର ଛୁଆଙ୍କୁ କୋଳେଇ
ଖୁସିରେ ହସି ଉଠିବ।