STORYMIRROR

Sandhyarani dash

Tragedy

3  

Sandhyarani dash

Tragedy

କୋପ

କୋପ

1 min
122


କୋପରେ ଢ଼ାଳନ୍ତି ସୂରଜ ଦେବତା

କିରଣ ନୁହେଁ ସେ ନିଆଁ

ବିଲ ବାଡି ସବୁ ଜଳର ବିହୁନେ

ଫାଟି କରିଛନ୍ତି ଆଁ।


ମାଟିରୁ ଉଠୁଛି ତାତିଲା ର ବାଣ 

ମା ଦେହରେ ଯାଏ ଫୁଟି

ପ୍ରକୃତି ର କ୍ଷୟ ବିନାଶ ସମୟ

ବୃକ୍ଷ ଯେବେ ଦେଲା କାଟି।


ଜଳର ବିହୁନେ ମୀନର ଜୀବନ

ହେଉଥାଏ ଛଟ ପଟ

ଝାଞ୍ଜି ବହୁ ଅଛି ମଣିଷ କାନ୍ଦୁଛି

ଭୋଗୁଛି ଅନେକ କଷ୍ଟ।


ପ୍ରକୃତି ରାଣୀଟା ରୁଷି ଯାଇଅଛି

ମାନବ ସମାଜ ପାଇଁ

ଜ୍ଞାନ ବିଜ୍ଞାନ ର ଉନ୍ନତି ଘଟିଲା

ଦୁଃଖ ତ ଘୁଞ୍ଚିଲା ନାହିଁ।


ମଣିଷ ବୁଝିବ ଗଛ ଲଗାଇବ

ସୂରୁଜ କୋପ କମିବ

ମାଟି ମାଆ ତାର ଛୁଆଙ୍କୁ କୋଳେଇ

ଖୁସିରେ ହସି ଉଠିବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy