STORYMIRROR

Sandhyarani dash

Inspirational

3  

Sandhyarani dash

Inspirational

କବି

କବି

1 min
175


ଆଜିର ସାହିତ୍ୟ କାଲିର ସାହିତ୍ୟ

ସବୁଥିରେ ଅଛି ମୂଲ୍ୟ

ଯେତେ ଜ୍ଞାନୀ ଗୁଣୀ ବିଜ୍ଞ ଜନ ସବୁ

ନହୋଇବେ କବି ତୁଲ୍ୟ।


ବିଭୁ ଆଶୀର୍ବାଦ ଯା ଠାରେ ବିଦିତ

ସାହିତ୍ୟ ଆକାଶେ ରବି

ବିଫଳତା ନୁହେଁ ସଫଳତା ଆଣେ

ସବୁ ଯୁଗେ ପରା କବି।


ଶକ୍ତ ଲେଖନୀର ତରବାରୀ ମୁନେ

ଜାଗ୍ରତ ପ୍ରହରୀ ସମ

ସମାଜ କଲ୍ୟାଣ ସର୍ବ ମନ ଜି ଣେ

ଜାତି ଧର୍ମ ବର୍ଣ୍ଣ ପ୍ରେମ।


ଅନ୍ଧାରୀ ମନରେ ଆଲୋକ ସଞ୍ଚାରେ

ନିତି ନିୟମ ସଂସ୍କାର

କବିତା ନାଟକ ଗଳ୍ପ ପ୍ରବନ୍ଧ ରେ

ପର ହୁଏ ଆପଣାର।


ଉପାଧି ମଣ୍ଡିତ ନୁହେଁ ତାର ଲକ୍ଷ୍ୟ

ଟିକେ ସମ୍ମାନ ଆଦର

ନୁହଁ ଇ ବେଉସା ଘାରେ ଲେଖା ନିଶା

ପରିଚୟ ଟି ମାତର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational