STORYMIRROR

Sandhyarani dash

Abstract

4  

Sandhyarani dash

Abstract

ବନ୍ଧୁ

ବନ୍ଧୁ

1 min
309


ସୁଲୁ ସୁଲୁ ବାଆ ବାଜିଲା ଦେହରେ

ଉଦୂଜିବିତ ହେଲା ପୁଣି

ଅତୀତ ଟା ଆସି ଝାପସା ଦେଖା ଦେଲା

ହଜିଲା ନ ପାରେ ଜାଣି।


ହଜି ଛି ଲାଗୁଛି କିଛି ପରିଚୟ

ପ୍ରଥମ ସାକ୍ଷାତ ମୋର

ପଚାରି ପାରୁନି ମୁଁହ ଫିଟାଇ ମୁଁ

ବନ୍ଧୁ କାହିଁ ଗଲେ ଦୂରେ।


ଅସ୍ତର ସୂର୍ଯ୍ୟକୁ ଦୂରେ ଢେଲି ଦେଇ

ରହି ଯାଏ ଆଢ଼ୁଆଳେ

ପ୍ରଶ୍ନ ର ଉତ୍ତର ଖୋଜିଲେ ବି ଡରେ

ଦେଈ ନ ପାରିବି କାଳେ।


ମନ ଇନ୍ଦ୍ରଧନୁ ସପ୍ତରଙ୍ଗ ଦେଇ

ଏକତ୍ରିତ ହୋଇ ଥିଲେ

କାହିଁ ଛାଡି ଗଲ ଅଧା ବାଟେ ମିତ୍ର

ଦିବାନିଶି ମନେ ଭାଲେ।


ଲିଭା ପାଦ ସବୁ ଅଲିଭା ହୋଇବ

ଏଇ ଆଶା ରଖେ ଆଜି

ମାନ ଅଭିମାନ ଭୁଲି ଯାଇ ସବୁ

ପୁରୁଣା ପୃଷ୍ଠା ରେ ଭିଜି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract