STORYMIRROR

Sandhyarani dash

Others

3  

Sandhyarani dash

Others

ବନ୍ଧୁ

ବନ୍ଧୁ

1 min
171

ସୁଲୁ ସୁଲୁ ବାଆ ବାଜିଲା ଦେହରେ

ଉଦଜୀବିତ ହେଲା ପୁଣି

ଅତୀତଟା ଆସି ଝାପସା ଦେଖା ଦେଲା

ହଜିଲା ନ ପାରେ ଜାଣି।


ହଜିଛି ଲାଗୁଛି କିଛି ପରିଚୟ

ପ୍ରଥମ ସାକ୍ଷାତ ମୋର

ପଚାରି ପାରୁନି ମୁହଁ ଫିଟାଇ ମୁଁ

ବନ୍ଧୁ କାହିଁ ଗଲେ ଦୂରେ।


ଅସ୍ତର ସୂର୍ଯ୍ୟକୁ ଦୂରେ ଠେଲି ଦେଇ

ରହି ଯାଏ ଆଢ଼ୁଆଳେ

ପ୍ରଶ୍ନର ଉତ୍ତର ଖୋଜିଲେ ବି ଡରେ

ଦେଇ ନ ପାରିବି କାଳେ।


ମନ ଇନ୍ଦ୍ରଧନୁ ସପ୍ତରଙ୍ଗ ଦେଇ

ଏକତ୍ରିତ ହୋଇ ଥିଲେ

କାହିଁ ଛାଡି ଗଲ ଅଧା ବାଟେ ମିତ୍ର

ଦିବାନିଶି ମନେ ଭାଲେ।


ଲିଭା ପାଦ ସବୁ ଅଲିଭା ହୋଇବ

ଏଇ ଆଶା ରଖେ ଆଜି

ମାନ ଅଭିମାନ ଭୁଲି ଯାଇ ସବୁ

ପୁରୁଣା ପୃଷ୍ଠାରେ ଭିଜି।



Rate this content
Log in