STORYMIRROR

Sandhyarani dash

Abstract

4  

Sandhyarani dash

Abstract

ଚାରି ଅକ୍ଷର

ଚାରି ଅକ୍ଷର

1 min
407


ଚାରି ଅକ୍ଷର କୁ ଚାରି ଦୁଆର ତୋ

ପାଦେ ନତ ମୋର ମଥା

ସେ ଚାରି ଅକ୍ଷର ଚାରି ଧାମ ମୋର

ଲିଭି ଯାଏ ସବୁ ବଥା।


କୋଟି ଦଣ୍ଡବତ କାଳିଆ ସାଆନ୍ତ

ଅଧମକୁ ଶିକ୍ଷା ଦିଅ

ଏହି ମରତ ରେ ସବୁ ତ ମିଛରେ

ଏ ସତ୍ୟକୁ ଭରି ଦିଅ।

ଭାବେ ଭୋଳ ହୋଇ ତୋ ନାମ ଦଧିକୁ

ମନ୍ଥିବି ତୁମରି ଗାଥା।


ତୁମରି ପାଟିକୁ ଲାଗିଲା ବଢିଆ

ମାଣିକର ଖଟା ଦହି

ଦାସିଆ ନଡ଼ିଆ ଆହୁରି ବଢିଆ

ହାତ ଟେକି ନେଲ ବହି।

କେଉଁ ଦୋଷେ ମୋତେ କର ହୀନିମାନ

ଭାବୁଛି ତୁମରି କଥା।


ସାଠି ଏ ପ ଉ ଟି ଖାଏ ତୁମ ପାଟି

ଖାଉଛ ଭୋଗ ଛପନ

ମହାଲକ୍ଷ୍ମୀ ହାତ ପୋଡ଼ ପିଠା ଖାଇ

ଆନନ୍ଦ ଉଲ୍ଲାସ ମନ।

ଭୋକିଲା ପେଟକୁ ମୁଠାଏ ଟେକିଲେ

ଭାଙ୍ଗି ଯିବ କି ସବୁ ପ୍ରଥା।


ଏହି କଳି କାଳେ ମହୋଦଧି କୂଳେ

କଳ୍ପ ବଟ ମୂଳେ ରହି

ପତିତପାବନ ବାନକୁ ଉଡ଼ାଇ

ଦୂରରୁ ଥାଏ ମୁଁ ଚାହିଁ।

ତୁମ ଚରଣରେ ସମର୍ପି ଦେଲି ମୁଁ

ମୋ ଜୀବନ ର ପନ୍ଥା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract