STORYMIRROR

Sandhyarani dash

Abstract

4  

Sandhyarani dash

Abstract

ମୋ କଳା ଠାକୁର

ମୋ କଳା ଠାକୁର

1 min
268


ମୋ ମନ ମନ୍ଦିରେ ହୃଦୟ କନ୍ଦରେ

ରହିଛ କଳା ଠାକୁର

ପାଶୋରି ଦେଲକି ମନରୁ ତୁମ୍ଭର

ମୋ ପାଇଁ ହେଲ ନିଷ୍ଠୁର।


ଖୋଜଇ ଦର୍ଶନ ସେ ଚକା ନୟନ

କିଛି ଲୋଡା ନାହିଁ ମୋର

ତୁମେ ଯଦି ପ୍ରଭୁ ସୁ ଦୟା କରିବ

ସମାଜ କୁ ନାହିଁ ଡର।


କଳା ବଦନ କୁ ଦେଖି ଦେଲେ ଥରେ

ମନ ହୃଦ୍ ପୁରିଯାଏ

ନାଲି ଅଧରକୁ ଚାହିଁ ଦେଲେ ଥରେ

ସଂସାର କୁ ଭୁଲି ଯାଏ।


ତୁମେ ତ୍ରାଣ କର୍ତ୍ତା ଜଗତ କରତା

ସବୁ ତୁମରି ଦାନ

କର୍ଣ୍ଣ ନାହିଁ ତବ ସବୁ ତ ଜାଣିଛ

କାହାଣୀ ମୋର ଜୀବନ।


ନୁହେଁ ମୁଁ ଯଶୋଦା ନୁହେଁ ମୁଁ ଦେବକୀ

ତଥାପି ମୁଁ ଭଲ ପାଏ

ତୁମକୁ ଦେଖିଲେ ନୟନ ରୁ ମୋର

ଆପେ ଲୁହ ଝରି ଯାଏ।


ଦୟାର ସାଗର ମୋ କଳା ଠାକୁର

କିଛି ଲୋଡା ନାହିଁ ମୋର

କରୁଣା ର ବାରି ଦେହ ମନ ଭରି

ପାରି ହେବି ଏ ସଂସାର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract