STORYMIRROR

Sandhyarani dash

Children

3  

Sandhyarani dash

Children

ଅଳ୍ପ ବିଦ୍ୟା

ଅଳ୍ପ ବିଦ୍ୟା

1 min
139

ଅଳ୍ପ ବିଦ୍ୟା ଅଟେ ବଡ ଭୟଙ୍କର

ସାବଧାନ ହୋଇଥିବ

ମୁଢ଼ ବ୍ୟକ୍ତି କେବେ ବୁଝିପାରେ ନାହିଁ

ଆପ୍ତ ବାକ୍ୟ କରୁଥିବ।


ଅଳପ ବିଦ୍ୟାରେ ରୋଗୀ ଚିକିତ୍ସିତ

ରୋଗୀର କାଳ ପୂରିବ

ବ୍ୟାଧିରେ ପୀଡ଼ିତ ବ୍ୟକ୍ତିର ଜୀବନ

ଅଯଥାରେ ନଷ୍ଟ ହେବ।


ଅଳପ ବିଦ୍ୟାର ଗୁରୁଜୀ ଗୁରୁମା

ଶିକ୍ଷାଦାନ ଯେବେ ଦେବେ

ଛାତ୍ର ଛାତ୍ରୀମାନେ କୃତିତ୍ୱ ବଦଳେ

ଅଜ୍ଞାନ ହେଇ ବୁଲିବେ।


ଅଳପ ବିଦ୍ୟାରେ ସେନାପତି ସାଜି

ଯୁଦ୍ଧକୁ ଚାଳନା କଲେ

ପରାଜିତ ହେବ ଦେଶ ରାଷ୍ଟ୍ର ସବୁ

ସ୍ୱାଭାବିକ କଥା ଭଲେ।


ଅଧା ଗୁଣିଆଟା ଗୁଣି ନ ଜାଣଇ

ପ୍ରେତ ନିୟନ୍ତ୍ରଣ ପାଇଁ

ନିଜେ ନିଜ ବେଳେ କୁରାଢି ହାଣଇ

ପ୍ରେତ କବଳିତ ହୋଇ।


ଅଭିମନ୍ୟୁ ପରି ଅଧା ଜ୍ଞାନ ଶିଖି

ଯୁଦ୍ଧକୁ ଓହ୍ଲାଇ ଥିଲେ

ଶତ୍ରୁ ହାତେ ହେବ ମୃତ୍ୟୁ ସୁନିଶ୍ଚିତ

ଅବାଟରେ ଯାଉଥିଲେ।


ଅଳପ ବିଦ୍ୟାରେ ସନ୍ତୁଷ୍ଟ ନ ହୋଇ

ଦୂର ବାଟ ଉଡ଼ି ଚାଲ

ସମ୍ପୂର୍ଣ ବିଦ୍ୟାରେ ପାଣ୍ଡିତ୍ୟ ବଢିବ

ଜୀବନେ ପାଇବ ମୂଲ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children