STORYMIRROR

NIBEDITA MOHAPATRA

Children Stories Inspirational

5  

NIBEDITA MOHAPATRA

Children Stories Inspirational

ଶିଶୁ

ଶିଶୁ

1 min
393


କଞ୍ଚା ମାଟିର ପିଣ୍ଡୁଳାଟିଏ

ମୁହିଁ ତ ଅଟ‌ଇ

ଗଢିଲେ ଯତନେ କରିଦେବି

ସୁନ୍ଦର ଏ ଭୂଇଁ।


ସତଶିକ୍ଷା ଦେଇ ଭରିଦେଲେ

ଜୀବନ କଳସୀ

ପ୍ରକାଶିବି ଦିବ୍ୟ ଜ୍ୟୋତି ସାଜି 

ପୂର୍ଣ୍ଣିମାର ଶଶୀ।


ମୋତି ପରି ଲୁକ୍କାୟିତ ଯେତେ

ପ୍ରତିଭାକୁ ମୋ'ର

ସର୍ବୋତ୍ତମ ସାଧନ ଯୋଗାଇ

ବିକଶିତ କର।


ହାତ ଧରି ଶିଖାଅ ଚାଲିବା

ସତ୍ୟ ଧର୍ମ ପଥେ

କରିବାକୁ ପ୍ରତିବାଦ ସଦା

ଅଧର୍ମର ମତେ।


ନିଷ୍ପାପ ପ୍ରାଣେ ମୋ' ଭରିଦେଇ

ପବିତ୍ର ସଂସ୍କାର

କରିଦିଅ ଧନ୍ୟ ଏଇ ନର

ଜନମକୁ ମୋ'ର।


ସମ୍ଭାବନାର ଗନ୍ତାଘର ମୁଁ

ରାଷ୍ଟ୍ର ଭବିଷ୍ୟତ

ପ୍ରତିଶ୍ରୁତି ଦେଉଛି ରଖିବି

ଦେଶର ମହତ।


ଦୀପଶିଖା ସମ ଦୂର କରି

ଘନ ଅନ୍ଧକାର

ପ୍ରକାଶିତ କରିଥାଏ ଜ୍ୟୋତି

ସ୍ନିଗ୍ଧ ଆଲୋକର।


ଏ ସଂସାର ଉପବନେ ସାଜି

କ୍ଷୁଦ୍ର କଳିଟିଏ

ସୁଗନ୍ଧିତ ମହକରେ ଧରା

ମହକାଇ ଦିଏ।


ଭବିଷ୍ୟତ ଭାଗ୍ୟ ଡୋରୀ ବନ୍ଧା

ହୋଇଛି ମୋ ହାତେ

ସତଶିକ୍ଷା ଦେଇ ଆଦର୍ଶରେ 

ଗଢିଦିଅ ମତେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍