Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

NIBEDITA MOHAPATRA

Others

5.0  

NIBEDITA MOHAPATRA

Others

ଫୁଲ ବଉଳବେଣୀ

ଫୁଲ ବଉଳବେଣୀ

1 min
723



କୁଆଁର ପୁନେଇଁ ଜହ୍ନ ଗୋ

ଫୁଲ ବଉଳବେଣୀ

ବରଷକ ପରେ ଆସିଛି ଆନନ୍ଦ

ପାଳିବା ସରବେ ମିଳି ଗୋ

ଫୁଲ ବଉଳବେଣୀ।--୧

ନବ ବସ୍ତ୍ର ବେଶଭୂଷା ଗୋ

ଫୁଲ ବଉଳବେଣୀ

ହାତରେ ମେହେନ୍ଦି ପାଦରେ ଅଳତା

ଦିଶେ କେଡ଼େ ମନୋରମ ଗୋ

ଫୁଲ ବଉଳବେଣୀ। --୨

ବୃନ୍ଦାବତୀ ମୂଳେ ଦେଖ ଗୋ

ଫୁଲ ବଉଳବେଣୀ

ହସହସ ମୁଖେ ଭାଉଜଙ୍କ ସାଥେ

କୁମାରୀ ମାନଙ୍କ ମେଳ ଗୋ

ଫୁଲ ବଉଳବେଣୀ।--୩

ଆକାଶର ଶୁଭ୍ର ବର୍ଣ୍ଣ ଗୋ

ଫୁଲ ବଉଳବେଣୀ

ପ୍ରାଚୀ ଦିଗନ୍ତରେ ଉଇଁଲେଣି ରବି

ଆଞ୍ଜୁଳି ଟେକିବା ଆସ ଗୋ

ଫୁଲ ବଉଳବେଣୀ। --୪

ସପ୍ତ ବର୍ଣ୍ଣି ଗୋଟା ଫଳ ଗୋ

ଫୁଲ ବଉଳବେଣୀ

କୁଲାରେ ଯତନେ ସ‌ଅଳ ସଜେଇ

ଆଣି ଦିଅ ନୂଆ ବୋଉ ଗୋ

ଫୁଲ ବଉଳବେଣୀ।--୫

ସଂନ୍ଧ୍ୟା ଦୀପର ଆଲୋକ ଗୋ

ଫୁଲ ବଉଳବେଣୀ

ଚ‌ଉରା ମୂଳକୁ ଝୋଟି ଚିତା ସାଥେ

କ‌ଇଁ ଫୁଲେ ସଜାଇବା ଗୋ

ଫୁଲ ବଉଳବେଣୀ।--୬

ପୂର୍ଣ୍ଣିମାର ପୂର୍ଣ୍ଣ ଇନ୍ଦୁ ଗୋ

ଫୁଲ ବଉଳବେଣୀ

ଶୀତଳ ଜୋଛନା ଢାଳି ଦେଇ ତା'ର

ଲାଗେ କେଡେ ମନଲୋଭା ଗୋ

ଫୁଲ ବଉଳବେଣୀ।--୭

ପୂଜିବା ଉଦିତ ଚାନ୍ଦ ଗୋ

ଫୁଲ ବଉଳବେଣୀ

ଛେନା,ଦହି,ମହୁ,ଖ‌ଇ,କଦଳୀରେ

ପ୍ରସ୍ତୁତ କରି ଚକଟା ଗୋ

ଫୁଲ ବଉଳବେଣୀ।--୮

ମଣ୍ଡା ପିଠା ଭୋଗ ଥାଳି ଗୋ

ଫୁଲ ବଉଳବେଣୀ

ଅରପଣ କରି ଚନ୍ଦ୍ର ଦେବତାଙ୍କୁ

ମନାସିବା ନିଜ ଇଚ୍ଛା ଗୋ

ଫୁଲ ବଉଳବେଣୀ।--୯

ସଭିଙ୍କ ସୁଖ ସମୃଦ୍ଧି ଗୋ

ଫୁଲ ବଉଳବେଣୀ

କାମନା କରିଣ ତୁଳସୀ ମାତାଙ୍କୁ

ବନ୍ଦାଇବା ଦୀପ ଜାଳି ଗୋ

ଫୁଲ ବଉଳବେଣୀ।--୧୦



Rate this content
Log in