STORYMIRROR

NIBEDITA MOHAPATRA

Inspirational

3  

NIBEDITA MOHAPATRA

Inspirational

ସମୟ

ସମୟ

1 min
176


ଅବିରାମ ଗତିରେ ଚାଲୁଥାଏ ପଥେ

ନ ନେଇ ବିରାମ କି ନ କରି ପ୍ରତୀକ୍ଷା

ପାଖେ ପାଖେ ରହି ସର୍ବଦା ନେଉଥାଏ

ସେ ତ ଏଠି ସବୁରି ଧୈର୍ଯ୍ୟର ପରୀକ୍ଷା।

ଭାରି ସିଏ ଅବୁଝା ଆସେ ନାହିଁ ଫେରି

ଚାଲିଗଲେ ଥରେ ପଥ ଅତିକ୍ରମ କରି

ହେଲେ ମନେଇ ରଖି ପାରିଲେ ପାଖରେ

ବଦଳାଇ ଦେଇଥାଏ କ୍ଷଣିକେ ଭାଗ୍ୟ।

କେବେ ଭେଟି ଦେଇ ସେ ସୁନେଲି ସପନ

କରି ଦେଇଥାଏ ପ୍ରାଣୀଙ୍କୁ ଉଲ୍ଲସିତ

ପୁଣି କେବେ ଭରି ନିରାଶାର କାଳିମା

ଜୀବନାକାଶେ ଭର‌ଇ ଘନ ଅନ୍ଧାର।

ଘଟଣା ପ୍ରବାହରେ ତା' ପାଇଁ ବଦଳେ

କେତେ ଜାତି ଓ ନଗରର ଇତିହାସ

ମୁକ ସାକ୍ଷୀ ସାଜି ସଦା ରହିଥାଏ ସେ 

ଜଗତେ ସୃଷ୍ଟି , ସ୍ଥିତି, ପ୍ରଳୟ କାଳର।

ସମୟ ପୂର୍ବରୁ ନା କ‌ଅଁଳେ ପତର

ନା ପ୍ରବାହିତ ହୁଅଇ ଶାନ୍ତ ମଳୟ

ନା ଧରାକୁ ଆସ‌ଇ କେବେ ମ‌ଉସୁମୀ

ନା ବଦଳେ ଏଠି ଋତୁଚକ୍ରର ରୂପ।

ବଳବାନ ତା' ସମ ନାହିଁ କେ ଜଗତେ

ଇଙ୍ଗିତରେ ଚାଲ‌ଇ ଯା' ସୃଷ୍ଟିର ଗତି

ରାବଣ ଦର୍ପ ଗଞ୍ଜି କଂସକୁ ବିନାଶୀ

ଦେଇଛି ସଭିଙ୍କୁ ସେ ଏହି ମହାଶିକ୍ଷା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational