STORYMIRROR

NIBEDITA MOHAPATRA

Others

4  

NIBEDITA MOHAPATRA

Others

ଆତ୍ମନେପଦୀ

ଆତ୍ମନେପଦୀ

1 min
256


ମୁଁତ୍ୱରେ ବିଜଡିତ ହୋଇଛି ସିନା

ପ୍ରତିଟି ରକ୍ତବିନ୍ଦୁ ମୋ'ର ତଥାପି

ସବୁଠି ଖୋଜୁଛି ନିଜ ପରିଚୟ

କେବେ ପୁଣି ଅସ୍ତିତ୍ଵର ପ୍ରତିଛବି

ଖୋଜୁଛି ମୋ'ର ଆସିବାର କାରଣ

ଜନ୍ମ ମୃତ୍ୟୁର ଜାଲରେ ଛନ୍ଦିତ ଏ 

ଅଲୋଡା ଜୀବନର ଲକ୍ଷ୍ୟପଥକୁ

ତଥାପି ଅସହାୟ ଏଠି ସଭିଏଁ

ଦେବାକୁ ମୋ ପ୍ରଶ୍ନର ଠିକ୍ ଉତ୍ତର

କି ପାଇଁ ଜନ୍ମ ମୁହିଁ କିବା ‌ଉଦ୍ଦେଶ୍ୟ

ରହିଛି ମୋ'ର ଧରାବତରଣର।

ଏକ ବିରାଟ ପ୍ରଶ୍ନବାଚୀକୁ ଧରି

ଆତଯାତ ମୁଁ ଏଠି ସେଠି ସବୁଠି

ମୃଗ ପରି ଧାବମାନ ହୋଇ କରେ

ଅନ୍ୱେଷଣ ବ୍ୟାକୁଳ ଚିତ୍ତେ ମୁଁତ୍ୱର ।

ତଥାପି ପ୍ରଶ୍ନ ରହିଯାଏ ପ୍ରଶ୍ନରେ

ଅବୁଝା ଅସମାହିତ ହୋଇ ମୋ'ର

ଭାବନାରେ ବିତେ ପ୍ରତିକ୍ଷଣ ସଦା

ସତରେ କ'ଣ କେବେ ମିଳି ପାରିବ

ମତେ ଏ ଦ୍ୱନ୍ଦ୍ୱାତ୍ମକ ପ୍ରଶ୍ନ ଉତ୍ତର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍