STORYMIRROR

NIBEDITA MOHAPATRA

Tragedy

3  

NIBEDITA MOHAPATRA

Tragedy

ଯନ୍ତ୍ରଣା

ଯନ୍ତ୍ରଣା

1 min
178


ପ୍ରତିକୂଳ ପରିସ୍ଥିତିରେ ଘଟୁଥାଏ

ଏଠି ଅନେକ ଘଟଣା ଓ ଦୁର୍ଘଟଣା

ଛାଡ଼ି ସ୍ମୃତି ଚିହ୍ନ ଯେ ଦେଇ ଯାଇଥାଏ 

ଅନ୍ତଃ ମନରେ ଅନେକ କିଛି ଯନ୍ତ୍ରଣା।


ଛଳନାର ହସରେ ହୃଦୟକୁ ଜିଣି

ରଚିଦେଇ ପ୍ରତାରଣାର ଚକ୍ରବ୍ୟୁହ

ମିଛ ପ୍ରତିଶ୍ରୁତିର ଇନ୍ଦ୍ରଜାଲେ ଛନ୍ଦି

ଆପଣା ଲୋକ ଭରନ୍ତି ମନରେ କୋହ।


ସର୍ବସ୍ବାନ୍ତ କରି ଲୁଟି ନେଇ ପ୍ରଶାନ୍ତି

ପ୍ରତିଦାନେ ଦେଇ ଯନ୍ତ୍ରଣା ଉପହାର

ଅଧାବାଟେ ହାତ ଛାଡି ନିସ୍ବ ସଜେଇ

ଚାଲି ଯାଆନ୍ତି କରି ଦେଇ ହତାଦାର।


ଦୁଃଖ ବେଦନାରେ ଜର୍ଜରିତ ପରାଣ

କେବେ କରିଦିଏ ବିବ୍ରତ କେବେ ଶାନ୍ତ

ପୁଣି କେବେ ସାଜି ସେ ମହାଗୁରୁଟିଏ

ଶିଖାଏ କୌଶଳ ଜିଇବାକୁ ଜୀବନ।


ଚକ୍ଷୁ ପଲକରୁ ଝରି ଲୋତକ ଧାର

ପରିପ୍ରକାଶ କରି ହୃଦୟର ବ୍ୟଥା

ବୁଝାଇ ସେ ତ ଯନ୍ତ୍ରଣାର ଗଭୀରତା

କହୁଥାଏ ପୁଣି କେତେ ଅକୁହା କଥା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy