STORYMIRROR

NIBEDITA MOHAPATRA

Others

4  

NIBEDITA MOHAPATRA

Others

ଶରଧାବାଲି

ଶରଧାବାଲି

2 mins
26

ଜାତି,ଧର୍ମ,ଭେଦଭାବରୁ ଉର୍ଦ୍ଧ୍ବରେ

ରହିଛି ଶରଧାବାଲି

ଶ୍ରଦ୍ଧା,ଭକ୍ତି,ଅନୁରାଗର ଡୋରିରେ

ସଭିଙ୍କୁ ବାନ୍ଧିଛି ବୋଲି। (୧)


ଭକତି ରଜ୍ଜୁରେ ବାନ୍ଧି ମନ ଘୋଡା

ଶ୍ରୀକ୍ଷେତ୍ରକୁ ଗଲେ ଚାଲି

ଦିବ୍ୟାନନ୍ଦେ ବିଭୋର ହୋଇବ ଆତ୍ମା

ଛୁଇଁଲେ ଶରଧା ବାଲି। (୨)


ପୁରୀ ଗଜପତି ଭାନୁଦେବଙ୍କର

ମହାରାଣୀ ଶ୍ରଦ୍ଧାଦେବୀ

ଶ୍ରଦ୍ଧାରେ ପକାଇ ବାଲିରେ ପୋତିଲେ

ମାଳିନୀ ନାମକ ନଦୀ।(୪)


ଶ୍ରୀମନ୍ଦିର ଠାରୁ ଗୁଣ୍ଡିଚା ମନ୍ଦିର

ମଧ୍ୟେ ପବିତ୍ର ଏ ସ୍ଥାନ

ସେଦିନୁ ବୋଲାଇଲା ଶରଧାବାଲି

ପାଇଲା କେତେ ମାନ।(୫)


ଆଷାଢ଼ ଶୁକଳ ଦ୍ୱିତୀୟା ତିଥିରେ

ଆସେ ଯେବେ ଘୋଷଯାତ୍ରା

ଶରଧାବାଲିରେ ଦାରୁବ୍ରହ୍ମଙ୍କର

ହୁଏ ନବଦିନ ଯାତ୍ରା। (୬)


ବିଜେ କରି ପ୍ରଭୁ ନନ୍ଦିଘୋଷ ରଥେ

ଯାଆନ୍ତି ମାଉସୀ ଘର

ପୁଣି ବାହୁଡିଲେ ଶରଧା ବାଲିରେ

ହୁଅନ୍ତି ବେଶ ସୁନାର।(୭)


ଶରଧାବାଲିର ଦୁଇ ପାର୍ଶ୍ଵେ ରହିଛି

ପୁରାତନ କେତେ ମଠ

ସେଥିଲାଗି ଏହି କ୍ଷେତ୍ରଟି ବୋଲାଏ

ଲୋକ ମୁଖେ ବ‌ଇକୁଣ୍ଠ।(୮)


ସାତଶ' କୋଷରୁ ସାଲବେଗ ଭାବ

ବୁଝି ପାରି ନୀଳମଣି

ଶରଧାବାଲିରେ ନନ୍ଦିଘୋଷେ ଦେଲେ

ଦରଶନ ବେଣୁପାଣି।(୯)


ଆଡ଼ପ ଦର୍ଶନେ ଶରଧା ବାଲିକୁ 

ମୁଣ୍ଡେ ଥରେ ବୋଳି ଦେଲେ

କୋଟି ଜନ୍ମ ପୁଣ୍ୟ ମିଳି ଯାଇଥାଏ

ଏଇ ମର୍ତ୍ତ୍ୟ ମଣ୍ଡଳରେ।(୧୦)


ବରଷକେ ଥରେ ଦେଖିବା ପାଇଁ କି

ପ୍ରଭୁଙ୍କ ବାମନ ରୂପ

ଶରଧାବାଲିକୁ ଆସନ୍ତି ଭକତ

ଧରି ସେ ନାନା ସ୍ବରୂପ।(୧୧)


ଦାସିଆ ନଡ଼ିଆ, ବିଦୂରର ଶାଗ

ମନୋହର ପଦ୍ମ ନେଲେ 

ଶରଧା ଥିବାରୁ ଲୀଳା କରି ପ୍ରଭୁ

ନଦୀ ସମତୁଲ କଲେ।(୧୨)


ଶରଧାବାଲିରେ ଭକତ ଗହଳି

ବାରମାସେ ଲାଗିଥାଏ

ସେଠାବୁ ପତିତପାବନ ଦର୍ଶନେ

କୋଟି ପୁଣ୍ୟ ମିଳିଯାଏ।(୧୩)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍