ବଳାତ୍କାର
ବଳାତ୍କାର
ବଳତ୍କାର ଏକ ହୀନ ମାନସିକତାର
ପରିଚୟ ଦେଇ ଲୁଟିନିଏ ଅଦିନରେ
ନିରୀହ କଳିକାର ସବୁ ଆଶା ଆକାଂକ୍ଷା।
ସବୁ ସ୍ବପ୍ନ ସବୁ ସୁଖକୁ ମରିଚିକାର
ଅଦୃଶ୍ୟ ଇନ୍ଦ୍ରଜାଲରେ ଛନ୍ଦି ଦେଇ ସେ
ନିଜ ମଧ୍ୟେ ଅନ୍ତର୍ହିତ କରି ଦେଇଥାଏ
ସଂପର୍କର ଯେତେ ସବୁ ସୁମଧୁରତାକୁୁ।
ବାପାମାଆ ପ୍ରିୟ ପରିଜନ ଏପରିକି
ପ୍ରିୟ ଭାଇ ଭଉଣୀ ମାନଙ୍କ ଉପରେ ବି
ବୋଝ ହେଇ ଚାଲିବାକୁ ପଡେ ଅପବାଦ
ନିନ୍ଦାରେ ଘେରା ନିକାଞ୍ଚନ ପଥେ ଏକାକୀ
ଲଜ୍ଜା ଲାଞ୍ଛନାରେ ପ୍ରତିକ୍ଷଣ ମରିମରି
କ୍ଷଣିକ ପ୍ରତ୍ୟାଶାରେ ନ୍ୟାୟର ପ୍ରତୀକ୍ଷାର
ବଞ୍ଚିବାକୁ ହୁଅଇ ଅଭିଶପ୍ତା ଜୀବନ।
ହେଲେ ପ୍ରତିଦାନରେ ମିଳଇ ସଦା ତାକୁ
ଅନ୍ଧ ପୁଟୁଳି ବନ୍ଧା ନ୍ୟାୟ ମୂର୍ତ୍ତି ଆଗରେ
ଖାଲି ତାରିଖ ପରେ ତାରିଖ ଆଉ ଦିନ।
ପୁଣି କେବେ ଆଇନର କଳାକାରଙ୍କର
ମିଛ ଅଭିନୟ ଛଳନାତ୍ମକ ସଂଳାପ
ଆଉ ସାକ୍ଷୀଙ୍କର ଅଭାବରେ ମୁକ୍ତହେଇ
ବଳତ୍କାରୀ ବୋଲାଏ ସମାଜରେ ନିର୍ଦ୍ଦୋଷୀ।
ଅଥଚ ପିଡୀତା ଲୁଣ୍ଠିତା କ୍ଷୁଦ୍ର କଳିକା
ଅପମାନ ସୂଚକ ଶକ୍ତ ବାକ୍ୟ ବାଣରେ
କ୍ଷତ ବିକ୍ଷତ ହୋଇ ଅମୂଲ୍ୟ ତା' ପ୍ରାଣକୁ
କରେ ବିସର୍ଜନ ଜ୍ବଳନ୍ତ ଅଗ୍ନି ଶିଖାରେ।
ଶେଷ ହୋଇଯାଇ ନିରିମାଖୀର କଅଁଳ
ଜୀବନ ତଥାପି ପରିବର୍ତ୍ତନ ହୁଏନି
ସମାଜର ଗତାନୁଗତିକ ଧାରାରେ କି
ପରିସମାପ୍ତ ହୁଏନି ହୀନମାନ୍ୟତାର।