STORYMIRROR

NIBEDITA MOHAPATRA

Classics Others

4  

NIBEDITA MOHAPATRA

Classics Others

ଶ୍ରୀକ୍ଷେତ୍ରେ ଆଜି ଘୋଷଯାତ୍ରା

ଶ୍ରୀକ୍ଷେତ୍ରେ ଆଜି ଘୋଷଯାତ୍ରା

1 min
10


ତୁମେପରା ନାଥ ଏଇ ଜଗତର

ଆଜ୍ଞାରେ ତୁମର ଚାଲୁଛି ସଂସାର

କଥା ରଖିବାକୁ ଗୁଣ୍ତିଚା ମାଆର

ଆୟୋଜନ ଆଜି ଏ ଘୋଷଯାତ୍ରାର।(୧)


ସର୍ବଧର୍ମ ଲୋକେ ହୋଇଛନ୍ତି ମେଳି

ଶରଧା ବାଲିରେ ଭକତ ଗହଳି

ଶୁଭୁଅଛି ଖାଲି ଶଙ୍ଖ ହୁଳହୁଳି

ଗଗନ ପବନ ପଡୁଛି ଉଛୁଳି।(୨)


ଜପିଜପି ନାମ ନାନା ଭଙ୍ଗିମାରେ

ମତ୍ତ ହୋଇଛନ୍ତି ସର୍ବେ କୀର୍ତ୍ତନରେ

ଆନନ୍ଦ ବିହ୍ବଳିତ ହୋଇ ଭାବରେ

ନୃତ୍ୟ କରୁଛନ୍ତି ମୃଦଙ୍ଗ ତାଳରେ।(୩)


ଜନ୍ମବେଦୀ ଯାତ୍ରାର ଇଚ୍ଛାକୁ ନେଇ

ସାଙ୍ଗରେ ଧରି ନିଜ ଭଉଣୀଭାଇ

ଝୁଲିଝୁଲି ଦେଖ ଟାହିଆ ହଲାଇ

ଆସୁଛନ୍ତି ପରା ବ୍ରହ୍ମାଣ୍ଡ ଗୋସାଇଁ।(୪)


ସକାଳର ଖେଚୁଡି ଭୋଗକୁ ଖାଇ

ରତ୍ନ ବେଦୀରୁ ଆସୁଛନ୍ତି ଓହ୍ଲାଇ

ଗୁମୁଟ ଦ୍ବାରେ ଟିକେ ଅଟକି ଯାଇ

ଚାହୁଁଛନ୍ତି ଭକ୍ତଙ୍କୁ ଆଖି ମିଶେଇ।(୫)


ସ୍ବୟଂ ଦିବ୍ୟଲୀଳା ଏହିତ ତାଙ୍କର

ଆସି କରିଥାନ୍ତି ପତିତ ଉଦ୍ଧାର 

ଗତିମୁକ୍ତି ଦାତା ପରା ସେଆତ୍ମାର

ପାର କରିଦିଅନ୍ତି ଭବ ସାଗର।(୬)


ଦେଖିଦେଲେ ଥରେ ସେ ବାମନରୂପ

ଧୋଇଯିବ ଜନ୍ମ ଜନ୍ମାନ୍ତର ପାପ

କିଅପୂର୍ବ ଆହା ସେହି ଦିବ୍ୟରୂପ

ଦର୍ଶନମାତ୍ରକେ ପୂର୍ଣ୍ଣ ହୁଅଇ ତପ।(୭)


ଦେଖିବାକୁ ଲୀଳା କଳା ଶ୍ରୀମୁଖର

ଟାଣିବା ପାଇଁ ରଶି ନନ୍ଦିଘୋଷର

ପାଇବାକୁ କୃପା ଦାରୁ ବ୍ରହ୍ମଙ୍କର

ନିଳାଚଳ ଧାମେ ଭିଡ ସଭିଙ୍କର।(୮)


ଛୁଆଁ ଅଛୁଆଁର ଭେଦ ଦୂରକରି

କୋଳେଇ ନେବାକୁ ସଭିଙ୍କୁ ଆଦରି

ଶୁଣିବାକୁ ଦୁଃଖୀ ଜନଙ୍କ ଗୁହାରି

ବଡଦାଣ୍ତରେ ବିଜେ ମୁରଲି ଧାରୀ।(୯)


ମର୍ତ୍ତ୍ଯବୈକୁଣ୍ଠେ ଦେଖ ଅପୂର୍ବ ମେଳା

ଦେବତା କରୁଛନ୍ତି ମାନବ ଲୀଳା

ଶୂନ୍ୟବ୍ରହ୍ମ ରୂପରେ ନନ୍ଦର ବଳା

ପାରି କରିଦିଅନ୍ତି ବୁଡିବା ଭେଳା।(୧୦)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics