STORYMIRROR

NIBEDITA MOHAPATRA

Inspirational Others

4  

NIBEDITA MOHAPATRA

Inspirational Others

ଦୁଃଖ

ଦୁଃଖ

1 min
382


ଲୋତକ ଭର‌ଇ ଆକାଶର ନୟନରେ

ଧରାକୁ ସ୍ପର୍ଶ ନ କରି ପାରିବା ଦୁଃଖରେ

ଗରୀବର ହୃଦୟ ଭରିଯାଏ କୋହରେ

ନ ପାଇବାରୁ ଆହାର ଦି' ମୁଠା ବେଳାରେ।


ବସନ୍ତର ମଧୁଗୀତି ଦିଅଇ ଯେ ଦୁଃଖ

ବେଦନାର ତରଙ୍ଗରେ ହଜିଯାଇ ସୁଖ

ପ୍ରତାରଣାର ବାଦଲ ମାଡ଼ି ଆସି ପାଖ

ଭାଙ୍ଗି ଦେଇ ଯାଏ ଏଠି କେତେ ସ୍ବପ୍ନ ଦେଖ।


କିଏ ଭୋଗେ ଦୁଃଖ କର୍ମ ସଂସ୍ଥାନ ନ ପାଇ

କିଏ କରେ ମନସ୍ତାପ ଅଙ୍ଗକୁ ହରାଇ

କାହା ମନେ ଭରିଛି ଦୁଃଖ ସନ୍ତାନ ପାଇଁ

ସହେ କିଏ ଦୁଃଖ ଲୋଭ ବଶବର୍ତ୍ତୀ ହୋଇ।


ଦୁନିଆଁରେ କେହି ଜଣେ ସଦା ସୁଖୀ ନୁହେଁ

ସୁଖ ପରେ ଦୁଃଖ ଆସେ ଏ ତ ମିଛ ନୁହେଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational