STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ମୋ ଦେଶ

ମୋ ଦେଶ

1 min
196


ମୋ ଦେଶ ଭାରତ ବର୍ଷ

ସୁନ୍ଦର ପ୍ରକୃତି ସୁନ୍ଦର ସ୍ପର୍ଶ

ଥରେ ହଜିଗଲେ ହର୍ଷ ହିଁ ହର୍ଷ

ହିମାଳୟ ଗଙ୍ଗା ଗୋଦାବରୀ

ନଦୀ ହ୍ରଦ ସିନ୍ଧୁ କାବେରୀ 

ସୁଜଳା ସୁଫଳା ଶସ୍ୟଶାମଳା

ଭାରତ ବର୍ଷ ମାଆ ଆମରି 

 କୋଳେ ଜନମି ବୀର ନରନାରୀ

ପୁର୍ବଜଙ୍କ ପଦ ପାଦ ଯିବା ସ୍ମରି

ଭେଦଭାବ ଭୁଲି ଏକାକାର କରି

ଜୟ ଭାରତମାତା ଜୟ ଧ୍ଵନି ପ୍ରସାରି

ଧର୍ମ ସଂସ୍କୃତି ପରମ୍ପରା ଆଚରି

କୃଷକ ସୈନିକ ନୁହଁନ୍ତି ଏଠି ବିମର୍ଷ

ଭାତ ହାଣ୍ଡି ମାଆ ମାଟି ଏଠି ଉତ୍କର୍ଷ

ଦୟା ଦାନ ପୁଣ୍ୟ ସେବାରେ ବିଶ୍ୱାସ

କର୍ମଯୋଗୀ ମାନବର ସଦା ଉଲ୍ଲାସ

ମୋ ଦେଶ ପାଣି ପବନେ ନେଉ ନିଃଶ୍ୱାସ

ଆରାଧ୍ୟ ଜଗନ୍ନାଥ ପୁରୀ ଧାମେ ଦେଇ ନିକର୍ଷ

ମୋ ଦେଶ ଓ ଦେଶବାସୀଙ୍କ ଆସ୍ଥା ପ୍ରକାଶ

ନାଚ ଗୀତ ପୋଷାକ ଜୀବନ ନିର୍ଯ୍ୟାସ

ଶାନ୍ତି ଓ ସଂହତି ସହ ଭାଷା ବିନ୍ୟାସ

ମଧୁର ବଚନ ଦିଏ ଶାନ୍ତି ଅଶେଷ

ଶାନ୍ତିପ୍ରିୟ ଶାନ୍ତିଦୂତ କରନ୍ତି ନିତି ହବିଷ

କୈବଲ୍ୟ ସଙ୍ଗେ ଭାବ ଚାରୁ ଚିତ୍ରକଳା ଆଶିଷ

କଳା ଗରିମା ମନ୍ଦିର ଶିଳ୍ପ ସମୃଦ୍ଧି ବିକାଶ

ଆକାଶ ଠାରୁ ବଡ ମୋ ଭାରତ ଦେଶ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational