STORYMIRROR

Binodini Dash

Inspirational

3  

Binodini Dash

Inspirational

ଶିଶୁ ଦିବସ

ଶିଶୁ ଦିବସ

1 min
306



ଶିଶୁର ହୃଦୟ କୋମଳ ନିର୍ମଳ

ଦିଶଇ ଅତି ସୁନ୍ଦର

ନିଜ ଜନ୍ମ ଦିନ କଲେ ସମର୍ପଣ

ତାଙ୍କ ନାମେ ଜବାହର

ସେଦିନୁ ସେ ପୂଣ୍ୟ ତିଥି

ହୁଅଇ ପାଳିତ ଯେ ଶିଶୁ ଦିବସ

ବିଦ୍ୟାଳୟେ ଯଥାବିଧି ।


ଶିଶୁ ହସେ ସତେ ଫୁଟଇ ଗୋଲାପ

ଆହା ! କେଡ଼େ ମନଲୋଭା

ନୟନ ପୂରଇ ତା' ମୁଖ ଦର୍ଶନେ

ଖୁସି ଦିଏ ରଙ୍ଗ ଶୋଭା

ବିଛୁରିତ ଥିବା ପ୍ରଭା 

ଦୁନିଆ ବୁକୁରେ ଦିବ୍ୟ ଜ୍ୟୋତି ସମ

ସର୍ବ ହୃଦୟର ଆଭା ।


ଶିଶୁର ମହତ ଦେଶ ଭବିଷ୍ୟତ

ଗଢେ କିଏ କେତେ ରୂପେ

ସୁଶିକ୍ଷା ସଂସ୍କାର ତା'ର ଅଧିକାର

ଭରିଦେଲେ ସଦା ଶୋଭେ

ସୃଷ୍ଟିରେ ଅମୂଲ୍ୟ ଧନ

ସେଥିପାଇଁ ତା'କୁ ଶରଧାରେ ପାଳି

ବଢ଼ାଅ ତାହାର ମାନ ।




Rate this content
Log in

Similar oriya poem from Inspirational