Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ashok Kumar Nayak

Inspirational Others

3  

Ashok Kumar Nayak

Inspirational Others

ଟଙ୍କା

ଟଙ୍କା

1 min
220


ଶୁଣ ଶୁଣ ଭାଇ କହିବା ଟଙ୍କାର କଥା,

ଟଙ୍କା ତ ନ ଥିଲେ ମନକୁ ଲାଗଇ ବ୍ୟଥା l

ଟଙ୍କାଟି ରହିଲେ ହୋଇଥାଏ ସବୁ କାମ,

ଟଙ୍କା ହିଁ ନ ଥିଲେ ସବୁ ଅଖ ଚକ ଜାମ l

ଟଙ୍କା ତ ନ ଥିଲେ ପାଶେ କଥା ବଦଳଇ,

ଦୁନିଆଁଯାକର ନିନ୍ଦା ସଦା ମିଳୁଥାଇ l

ଟଙ୍କା ଥିଲେ ରାଜନେତା ଜିତେ ନିର୍ବାଚନ,

ନିର୍ବାଚିତ ହେଲା ପରେ ନିଏ କମିଶନ l

ଧାଇଁଛ ଟଙ୍କାର ପଛେ ଶୁଣ ମୋର କଥା,

ମଣିଷ ପଣିଆ ଯିବ ପାଉଥିବ ବ୍ୟଥା l

ଏ ଟଙ୍କାର ମୋହ ଠାରୁ ବହୁ ଦୂରେ ରୁହ,

ପ୍ରଭୁ ପାଦେ ଧ୍ୟାନ ରଖି ବଇକୁଣ୍ଠ ପାଅ l

ଟଙ୍କା ଥିଲେ ପାଶେ ଲାଗିବେ ସବୁ ନିଜର,

ଟଙ୍କା ସରିଗଲେ ହୋଇଯିବେ ସବୁ ଦୂର l

ସେଥିପାଇଁ ନାହିଁ କାହା ଉପରେ ଭରସା,

କେ ସାହାଯ୍ୟ କରୁ ବୋଲି ରଖିବାନି ଆଶା l

ନିଜ ଜୀବନକୁ ନିଜେ ଗଢ଼ିବାରେ ଭାଇ,

ଆଉ କିଏ କରିବନି କିଛି ଆମ ପାଇଁ l 



Rate this content
Log in

Similar oriya poem from Inspirational