ପର୍ବପର୍ବାଣି
ପର୍ବପର୍ବାଣି


ଓଡ଼ିଶାରେ ବାରମାସେ ତେର ପର୍ବ
ପର୍ବପର୍ବାଣି ରାଜ୍ୟ ଏ,
ଉତ୍କଳେ ପ୍ରତ୍ୟେକ ପର୍ବପର୍ବାଣିର
ସ୍ୱତନ୍ତ୍ରତା ରହିଥାଏ l
ଧର୍ମ ପୌରାଣିକ ଉପାଖ୍ୟାନ ଭିତ୍ତି
ଥାଏ ପର୍ବପର୍ବାଣିର,
ପର୍ବପର୍ବାଣିର ଥାଏ ଗୁଢ଼ତତ୍ତ୍ୱ
ଦେବୀ ଓ ଦେବତାଙ୍କର l
ଜାତୀୟତାବୋଧ ଓ ଧର୍ମଧାରଣା
ଜନଜୀବନ ସଂସ୍କୃତି,
ସଂଶ୍ଲିଷ୍ଟ ଥାଇ କି ଏ ପର୍ବପର୍ବାଣି
ସୃଷ୍ଟ ନୂଆ କିମ୍ବଦନ୍ତୀ l
ତିଥି, ବାର, ନକ୍ଷତ୍ର ଓ କୃଷିକର୍ମ
ଦେବାଦେବୀ ଲୋକକଥା,
ଶାସ୍ତ୍ରୀୟ କାହାଣୀ ଆନନ୍ଦ ଉତ୍ସବ
ପର୍ବପର୍ବାଣି ସତ୍ୟତା l
ଶାସ୍ତ୍ରୀୟ, ଲୌକିକ, ଆଞ୍ଚଳିକ କୃଷି
ଚାରିଭାଗରେ ବିଭକ୍ତ,
ପର୍ବପର୍ବାଣି ଏ ଉତ୍କଳ ପ୍ରଦେଶେ
ଭିନ୍ନ ଭିନ୍ନ ଓଷା ବ୍ରତ l
ଓଡ଼ିଆ ପଞ୍ଜିକା ବାରଟି ମାସର
ଲେଖା ପର୍ବପର୍ବାଣିର,
ମାସ ତିଥି
ନାମ ଉଲ୍ଲେଖ ରହିଛି
ପର୍ବ ଜାଣିପାରିବାର l
ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା
ପଡ଼ଇ ଯେ ବୈଶାଖର,
ଶୀତଳଷଷ୍ଠୀ ଓ ରଜ ସଂକ୍ରାନ୍ତି
ଜ୍ୟେଷ୍ଠ ମାସେ ପାଳନର l
ଆଷାଢ଼ରେ ରଥଯାତ୍ରା ଓ ବାହୁଡା଼
ଚିତା ଲାଗି ଶ୍ରାବଣର,
ଭlଦ୍ରବେ ଗଣେଶ ଚତୁର୍ଥୀର ପର୍ବ
ଦଶହରା ଆଶ୍ୱିନର l
ଦୀପାବଳୀ, ଅଁଳା ନବମୀ, ପଞ୍ଚକ
କାର୍ତ୍ତିକ ମାସ ପରବ,
ମାର୍ଗଶିରେ ମାଆ ଲକ୍ଷ୍ମୀଙ୍କର ପୂଜା
ଜାଣନ୍ତି ପରା ସରବ l
ଶ୍ରୀପଞ୍ଚମୀ ମାଘେ ଫଲ୍ଗୁନର ଦୋଳ
ହୋଲି ଚଇତ୍ର ମାସରେ,
ଅକ୍ଷୟ ତୃତୀୟା ବୈଶାଖ ମାସର
ଶୁକ୍ଳପକ୍ଷ ତୃତୀୟାରେ l
ପର୍ବପର୍ବାଣିର ଧାରା ବହୁଅଛି
ସାରା ବରଷ ମଧ୍ୟରେ,
ଆନନ୍ଦ ଉଲ୍ଲାସ ହୁଏ ପରା ମନ
ପାଳୁ ନୀତିକାନ୍ତି ଭରେ l