ମୋ ଦେଶ
ମୋ ଦେଶ
ସୁନାର ମୋ ଦେଶ ଏ ଭାରତ ବର୍ଷ
ଭରେ ସବୁ ଜୀବନେ ଆନନ୍ଦ ହର୍ଷ l
ଏ ମାଟି ପବନେ ଜନମିଛି ମୁହିଁ
ଏହି ମୋ ପବିତ୍ର ଯେ ଭାରତ ଭୂଇଁ l
ସୁନାର ଫସଲ ଏ ମାଟିରେ ହୁଏ
ଧର୍ମ ଧ୍ବଜା ଏଠି ନିତି ଉଡୁଥାଏ l
ସବୁ ତୀର୍ଥକ୍ଷେତ୍ର ଏଠି ରହିଅଛି
କେତେ ପୂଣ୍ୟ ନଦୀ ବହି ଯାଉଅଛି l
ହିମାଳୟ ଯା' ମୁକୁଟେ ଶୋଭାପାଏ
ସାଗର ନିତି ଯା' ଚରଣକୁ ଧୂଏ l
ବୀର ଯବାନ ଯା' ପ୍ରହରୀ ହୁଅନ୍ତି
ଜୀବନକୁ ବାଜି ଦେଶକୁ ଲଢ଼ନ୍ତି l
ମୋ ଦେଶର ମାଟି ଚନ୍ଦନ ସୁବାସ
ବିତରୀ କରୁଛି ଜନମନ ବଶ&nb
sp;l
ଜଳଧାରା ଯା'ର ଅମୃତ ବାଣ୍ଟୁଛି
ସମୀରଣେ ଚିର ମଳୟ ବହୁଛି l
ଜାତି ଧର୍ମ ଭେଦ ନାହିଁ ମୋ ଦେଶରେ
ଏକତା ରଜ୍ଜୁରେ ବନ୍ଧା ସଭିଏଁରେ l
ଅନେକ ଫୁଲର ମାଳ ଯେ ସଭିଏଁ
ମୋ ଦେଶ ଭାରତ ସତେ ମାଆଟିଏ l
ତ୍ରିରଙ୍ଗl ପତାକା ଦେଶେ ଉଡୁଅଛି
ଶାନ୍ତି, ମୈତ୍ରୀ ପ୍ରଗତି କଥା କହୁଛି l
ମୋ ଭାଷା ସଂସ୍କୃତି ମୁଁ ଗର୍ବ କରୁଛି
ମୋ ଦେଶ ପାଇଁ ମୁଁ ସମର୍ପିତ ଅଛି l
ଜାତି ଧର୍ମ ଭେଦ ନାହିଁ ମୋ ଦେଶରେ
ଏକତା ରଜ୍ଜୁରେ ବନ୍ଧା ସଭିଏଁରେ l