ସାଧାରଣତନ୍ତ୍ର ଦିବସ
ସାଧାରଣତନ୍ତ୍ର ଦିବସ


ଜାନୁଆରୀ ଛବିଶ ଗଣତନ୍ତ୍ର ଦିବସ,
ସାଧାରଣତନ୍ତ୍ର ଦିବସ ଏ ମନ ହରଷ l
ଦେଶକୁ ନମ୍ର କୃତଜ୍ଞତା ଜ୍ଞାପନ କରେ,
ଗଣତନ୍ତ୍ର ଦିବସ ଏ ମନ ଧନ୍ୟପୁରେ l
ଗଣ ଅର୍ଥ ଲୋକମାନେ ତନ୍ତ୍ର ହିଁ ଶାସନ,
ଅଗଷ୍ଟ ପନ୍ଦର ସ୍ୱାଧୀନ ସମସ୍ତେ ଜାଣ l
ଉଣିଶି ଶହ ଜାନୁଆରୀ ଛବିଶ ଯାଏଁ,
ଇଂରେଜ ପ୍ରଦତ୍ତ ଆଇନ କାର୍ଯ୍ୟକାରୀ ଏ
ଇଂରେଜ ପ୍ରଦତ୍ତ ଆଇନ କାର୍ଯ୍ୟକାରୀ ଏ l
ଭାରତେ ସ୍ୱତନ୍ତ୍ର ଆଇନ ଖସଡ଼ା ହେଲା,
ଜାନୁଆରୀ ଛବିଶ ସମ୍ବିଧାନ ହୋଇଲା l
ସମ୍ବିଧାନ ଅନୁସାରେ ଦେଶ ହିଁ ଶାସନ,
ଆମ ଦେଶ ସ୍ୱାଧୀନତା ହାସଲ ହିଁ ଜାଣ l
ସମ୍ବିଧାନ ପ୍ରଣୟନ ସଂସ୍ଥା ପ୍ରତିଷ
୍ଠିତ,
ଡକ୍ଟର ଭୀମରାଓ ଆମ୍ବେଦକର କୃତ l
ସେ ଥିଲେ ଭାରତୀୟ ସମ୍ବିଧାନ ଜନକ,
ଆଧୁନିକ ଯୁଗ ମନୁ ସେ ଦେଶ ନାୟକ l
ଦୁଇ ବର୍ଷ ଏଗାର ମାସ ଅଠର ଦିନ,
ସ୍ବଦେଶ ଆଇନ ତା' ପର ଠାରୁ ଚଳନ l
ସମ୍ପୂର୍ଣ୍ଣ ରୂପେ ସ୍ୱାଧୀନତା ମହୁ ଚାଖିଲେ,
ଗଣତନ୍ତ୍ର ଦିବସ ରାଷ୍ଟ୍ର ପର୍ବ ପାଳିଲେ l
ସବୁରି ମନେ ଆହ୍ୱାନ ଗଣତନ୍ତ୍ର ଶାସନ,
ହରଷିତେ ଜାନୁଆରୀ ଛବିଶ ପାଳନ l
ଆତ୍ମ ସମୀକ୍ଷାର ଦିନ ଏ ଶୁଭ ଦିବସ,
ଶପଥ ନେବା ଥାଉ ସୁରକ୍ଷିତ ଏ ଦେଶ l
ଶୁଭେ ସାଧାରଣତନ୍ତ୍ର ଦିବସ ପାଳନ,
ଶପଥେ ଗଢ଼ିବା ଭାରତ ହେଉ ମହାନ l