STORYMIRROR

Ashok Kumar Nayak

Abstract

4  

Ashok Kumar Nayak

Abstract

ରାକ୍ଷୀ ରହିଲା ସାକ୍ଷୀ

ରାକ୍ଷୀ ରହିଲା ସାକ୍ଷୀ

1 min
310


ସେନେହର ଡୋର ଭାବର ବନ୍ଧନ

ଅମୂଲ ମୂଲ ଏ ରାକ୍ଷୀ,

ଭଉଣୀ ଭାଇକୁ ଆବେଗେ ବାନ୍ଧିଲା

ସେ ରାକ୍ଷୀ ରହିଲା ସାକ୍ଷୀ l

ଖୁସି ନେଇ ଆସିଲା ରାକ୍ଷୀପୂର୍ଣ୍ଣିମା

ଭଉଣୀ ଭାଇଙ୍କ ପାଇଁ,

ଭଉଣୀ ବାନ୍ଧିଲା ଭାଇ ହାତେ ରାକ୍ଷୀ

ସୁରକ୍ଷା ଟିକକ ପାଇଁ l

ଭାଇଭଉଣୀର ଭାବର ବନ୍ଧନ

ଏ ଜଗନ୍ନାଥ ସଂସ୍କୃତି,

ରକ୍ଷା କରେ ଚିରଦିନ ପାଇଁ ଭାଇ

ଭଉଣୀକୁ ପ୍ରତିଶୃତି l

ଏ ରାକ୍ଷୀ ପୂର୍ଣ୍ଣିମା ପବିତ୍ର ଦିନରେ

ଭାଇ ପାଶେ ଭଉଣୀ ହିଁ,

ଠାକୁରଙ୍କୁ ସାକ୍ଷୀ ଭାଇ ହାତେ ରାକ୍ଷୀ

ବାନ୍ଧିଥାଏ ଖୁସି ରହି l

ବରଷକେ ଥରେ ଏ ରାକ୍ଷୀ ପୂର୍ଣ୍ଣିମା

ତା'ଭାଇ ନିଶ୍ଚେ ଆସିବ,

ଭାଇ ହାତେ ସିଏ ବାନ୍ଧିଦେବ ରାକ୍ଷୀ

ମନ ଉଲ୍ଲାସେ ନାଚିବ l



Rate this content
Log in

Similar oriya poem from Abstract