ଚଳଚ୍ଚିତ୍ର
ଚଳଚ୍ଚିତ୍ର


ଦେଇଛି ସୁଯୋଗ ଆଧୁନିକ ଯୁଗ
ଚଳଚ୍ଚିତ୍ରର ଦର୍ଶନ,
ଟିଭି ପରଦାରେ ପ୍ରତି ଘରେ ଘରେ
ହୁଅଇ ମନୋରଞ୍ଜନ ।
ଆଣେ ହସଲୁହ ଓଠରେ ଆଖିରେ
କେତେବେଳେ ମନେ ରାଗ,
ଭାବପରବଣ ଉତ୍କଣ୍ଠା ଆବେଗେ
କରିଥାନ୍ତି ଉପଭୋଗ ।
ଭିନ୍ନ ଭିନ୍ନ ସବୁ ଚରିତ୍ରକୁ ନେଇ
ଅଭିନୟ କରାଯାଏ,
ସଙ୍ଗୀତ ଓ ନୃତ୍ୟ କାହାଣୀକୁ ନେଇ
ଚଳଚ୍ଚିତ୍ର ସୃଷ୍ଟି ହୁଏ ।
ଧର୍ମଅଧର୍ମର ନୀତି ଅନୀତିର
ଦୃଶ୍ୟ ଅଟଇ ବିଚିତ୍ର,
ସରସତା କରେ ନୀରସା ମନକୁ
ଦୁନିଆରେ ଚଳଚ୍ଚିତ୍ର ।
ବେଶ ବି ଅନେକ କେତେ ରଙ୍ଗ ରୂପ
ଭିନ୍ନ ଭିନ୍ନର ଚରିତ୍ର,
ସବୁରିଙ୍କ ପ୍ରିୟ ଏହି ଦୁନିଆଁରେ
ଦୃଶ୍ୟମାନ ଚଳଚ୍ଚିତ୍ର ।