Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Debjani Sathua

Drama Tragedy Others

4  

Debjani Sathua

Drama Tragedy Others

ଉନ୍ନତି ପଥେ ରାଜଧାନୀ

ଉନ୍ନତି ପଥେ ରାଜଧାନୀ

1 min
454


କରି ଅଟ୍ଟହାସ୍ୟ ଚାଲିଛି ବଢି 

      ରାଜଧାନୀର ବିଶାଳ ଅଟ୍ଟାଳିକା ପୁଞ୍ଜ। 


ଚାରୁ ତରୁ ସବୁଜିମା ଉଜୁଡ଼ି 

      ନିଃଶବ୍ଦ ଅଧୁନା ସ୍ୱନ ଖେଚର ଗୁଞ୍ଜ।


କରୁଥାଏ ଟାପରା କଙ୍କ୍ରିଟ କାନନ, 

      ପ୍ରକୃତି ଶୋଭା ହୋଇ ଆଜି ବେରଙ୍ଗ ।


ତୁଛ କରି ଆସି ଶାନ୍ତ ଗ୍ରାମୀଣ ଜୀବନ, 

       ନୂଆ ସହରୀ ମନେ ଖେଳେ ତରଙ୍ଗ। 


ଅବଶ କାକ ଝୁଣେ ନିତ୍ୟ ଆବର୍ଜନା, 

       ବିମୁଖ ଏଠୁ ବିବିଧ ନିରୀହ ବିହଙ୍ଗ ।


ଶୁଭେନା ଆଉ ଦ୍ଵିଜ ଗାନ ଗୁଞ୍ଜରଣ, 

        ଚେଁ ଚାଁ ଚୁଁ ଚୁଁ ର ପ୍ରାତଃ ଶିହରଣ। 


ବିଗତ ସେଇ ଶାରଦୀୟ ନିଦୁଆ ସକାଳ ,

       ଖୁସି ଖୁୁୁଣ୍ଟିବାକୁ ଘର ଚଟିଆ ବିକଳ।

 

କୁନି ଥଣ୍ଟେ ଧରି ଆଶାର ସମ୍ପତ୍ତି, 

       ଟିକି ଡେଣା ଝାଡି ଖୋଜନ୍ତି ଦମ୍ପତି। 


ସ୍କାଇଲାଇଟ, ପଙ୍ଖାର ସୁରକ୍ଷିତ ସ୍ଥାନ ,

         ତୋଳିବାକୁ ସୁନ୍ଦର ନିଡଟି ମାନ ।


ଶିତୁଆ ଦ୍ଵିପ୍ରହରେ ଭାଙ୍ଗି ନିସ୍ତବ୍ଧତା ,

     ଚଟିଆକୁ କହେ କେତେ କଥା ଘରଣି ତା' । 


ସୁଖଦୁଃଖ ନୂଆ ସଂସାରର ଗପି ଗପି ,

       ଗଢନ୍ତି ସୁନ୍ଦର ଆଳୟ ତାଙ୍କ ଛପି ଛପି ।


ସଞ୍ଜ ଯାଇ ରାତି ପୁଣି ଫାଟିଲେ ସିନ୍ଦୁରା ,

     କିଚିରି ମିଚିରି ଛନ୍ଦରେ ଛାଡିଯାଏ ମଜରା।


କାହିଁ ଗଲେ ସବୁ କୁନି କୁନି ଚଟିଆ, 

          ଡରି ଉନ୍ନତ ରାଜଧାନୀ ବାସୀଙ୍କୁ ।


ରହୁଥିବେ କାଳେ ଶାନ୍ତିରେ ଯାଇ,

          ଶିମିଳିପାଳ କି ଡେରାସ୍ ଜଙ୍ଗଲକୁ।


ଫ୍ଲାଇଓଭର, ମଲ୍ ରେ ଖୁୁୁନ୍ଦି ଅଭିମାନି, 

         ଉନ୍ନତି ପଥେ ବଢେ ଆମ ରାଜଧାନୀ ।


ବାତ୍ଯାସମୂହ ତ ନେଇ ଗଲେ ,

           ଯେତେ ଗହଳ ବୃକ୍ଷତକ ଉପାଡି ।


ବାକି ସବୁଜ ରାଜି ପଥ - ସଂପ୍ରସାରଣ, 

        ନାଁ ରେ ନଗରପାଳିକା ଦେଇଛି ଉଜାଡି ।


ଜାଡୁଆ ଶୀତର ମଜା ତ ଏ ଜନ 

             ପୁରାପୁରି ଭୁଲି ଗଲେଣି ।


ଫ୍ଲାଟର ଏ ସି ପବନ ତଳେ  

            ନିଜ ଜୀବନେ ମଜ୍ଜି ଗଲେଣି।

 

ମନ କହେ ହଜିବାକୁ ପ୍ରକୃତି କୋଳେ 

        ଛାଡି ଏ ଉନ୍ନତ ସହରୀ ପେଁ ପାଁ  ।


ଶୁଣିବାକୁ ନିଶ୍ଚିନ୍ତେ ନିର୍ଝର , ଖଗର       

             ମଧୁ ଗୀତି କୁଳୁକୁଳୁ, ଚିଁ ଚାଁ ।

            

 

 



Rate this content
Log in