Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr. Rajib Lochan Panigrahy

Drama Romance Action

4  

Dr. Rajib Lochan Panigrahy

Drama Romance Action

ବିବାହ

ବିବାହ

1 min
268


ଶିଶୁଟିଏ ପଢେ ପାଠ

ଜୀବନରେ କିଛି କରିବ

ଜୀଵନ ଜିଇଁବ

ସମାଜରେ ମୁଖ୍ୟ

ସ୍ରୋତରେ ରହିବ

ପାଠ ପଢି ବଡ଼ ହେବ |

ପାଠ ଦି ଅକ୍ଷର

ପଢିଥିଲେ ଭାଇ

ଜ୍ଞାନର ଅଭାବ ନାହିଁ,

ଅଧିକ ପଢିଲେ

ଜ୍ଞାନ ବୃଦ୍ଧି କଲେ

ଜୀବନରେ ବଡ଼ ହୋଇ |

ଜୀବନ ରେ ଆସେ

ଯୌବନ ଭାଇ

କାର୍ଯ୍ୟକ୍ଷମ ଜଣେ ହୁଏ

ଚାକିରୀ ଅବା ବ୍ୟବସାୟ

କରି ଜଣେ ଚଳେ

ନିଜ ଜ୍ଞାନ କୌଶଳ ବଳରେ |

ତାହା ପରେ ସେହି

ପରିବାର ଭାର

ସମ୍ଭାଳିବା ଯୋଗ୍ୟ ହୁଏ

ତାପରେ ତାହାର

ବିବାହ ପାଇଁ ଯେ 

ଗୁରୁଜଣେ ଚିନ୍ତା ପଶେ |

ଝିଅ ହେଉ ପୁଅ

ଘରେ ଜନ୍ମ ହେଲେ

ବାପା ମାଆ ଚିନ୍ତା ଥାଏ

କେମିତି ପିଲାଟି

ସାରି ତାର ପାଠ

ସମାଜେ ମଣିଷ ହେଲେ

ହାତକୁ ଦିହାତ

କରିଦେଲେ ଭାଇ

ପିତା ମାତା କାମ ସରେ |

ଖୋଜା ଚାଲେ ଭାଇ

ସମାଜ ଭିତରେ

ବର ଅବା କନ୍ୟା ପାତ୍ର

ବିବାହ ବେଦିରେ

ମନ୍ତ୍ର ପାଠ କରି

ବିବାହ ସମ୍ପନ୍ନ ହୁଏ |

କୁହାଯାଏ ଏଠି

ଜନମ ପୂର୍ବରୁ

ସରଗ ପୁରରେ

କାହା ପାଇଁ କିଏ ଥାଏ

ସେଥିପାଇଁ ଏଠି

ସରବେ କୁହନ୍ତି

ବିବାହ ସରାଗେ ହୁଏ |

ଆଜିକାଲି ସବୁ

ବିବାହ ଉଛବ

ପାଶ୍ଚାତ୍ୟ ଢାଞ୍ଚାରେ ହୁଏ

ପୁଅ ଝିଅ ସବୁ

ନିଜର ଇଚ୍ଛାରେ

କରନ୍ତି ବିବାହ କେତେ |

ବିବାହ ହେଉଛି

ବାଛି ଜୀଵନ ସାଥୀ

ଜନମ ଜନମ ପାଇଁ

ଶପଥ ନିଅନ୍ତି

ବେଦୀ ମଣ୍ଡପରେ 

ଜନ୍ମ ଜନ୍ମାନ୍ତରେ 

ଥିବା ସାଥୀ |

ବିବାହ ଅଟଇ

ଅତି ଆବଶ୍ୟକ

ପରିବାର ଗଢିବାକୁ

ଜୀବନେ ଯେମିତି

ଧନ ଅରଜନ 

ବିବାହ ବି କରିବାକୁ |



Rate this content
Log in

Similar oriya poem from Drama