STORYMIRROR

Debjani Sathua

Drama Classics Children

4.7  

Debjani Sathua

Drama Classics Children

ସାଇକେଲ ସହ ଜୀବନ

ସାଇକେଲ ସହ ଜୀବନ

1 min
83

ରହିଛି ଅତିତ ସ୍ମୃତିରେ 'ସାଇକଲ ସହ ଆମ ଜୀବନ' ,
 
ପ୍ରାପ୍ତେ ଯାହାର ସପନେ ଜାଗରଣେ ମଣେ ଅମୂଲ ଧନ ,

ଶୂନ- ଗାଡି ସବାର ଭ୍ରମଣେ ସଦା ଆତୁର ବାଳ ମନ ।


ସଭିଙ୍କର  ସେବେ ଏକ ହିଁ  ସହଜ ସୁଲ୍ଲଭ ବାହନ ,

ପବନ ଭରି ପବନ ବେଗେ ଛୁଟେ କରି ପଦ ସଞ୍ଚାଳନ ,

ନୂଆ ଜୋଇଁର ରାଲେ ସାଇକଲ କେଡେ ହେଁ ସମ୍ମାନ।


ସତୁରି ଦଶକେ ଗଡେ ତିନି ଚକିଆ, କୁନି ମନ ମଗନ ,

ଅଗଣାର ଗହଳ, ଭଉଣୀଭାଇ ଟିକି ପ୍ୟାଡେଲ ଚାଳନ,

ବାଳକଙ୍କୁ ମିଳେ ତାପର ଦଶକେ ତୁରନ୍ତ  ଗମନ ସାଧନ।


ଅଶୀଦଶକେ ରଙ୍ଗୀନ ସଂସ୍କରଣ ବାଳିକାଙ୍କ କୁଣ୍ଢେ ମନ,

କଟିଲା ଏମିତି ସମୟ ଆମ ,ସ୍କୁଟର ଥିଲା ତ ଦୂର ସପନ ,

ଏ ଯୁଗ ଦେଖାଏ ପୁଣି ,ବ୍ୟାଟେରି ଯୁକ୍ତ ରଙ୍ଗ ରୂପ ଅନନ୍ୟ।


ଚଢିବାକୁ ସ୍କୁଟର ସ୍କୁଲ, କଲେଜ ଛାତ୍ରଛାତ୍ରୀ ଭାରି ଉଛନ୍ନ।

ବିନା କସରତ , ଅଣ୍ଟାପିଠି ପିଡା ବଢାଏ ମୋଟର ଯାନ।

ଚାଲିଛି ତେଣୁ ସହର ବଜାରେ ଯୋଗ ,ଜିମ୍-ର ଦୋକାନ।


ଛାଡି ପ୍ୟାଡଲ,ଜିମ୍, ବ୍ୟଥା ବ୍ୟାଧିରେ ବହିଯାଉଛି ଧନ,

ସାଙ୍ଗ କହିଲେଣି ପୁଣି କର ଅଭ୍ୟାସ ପୂର୍ବର ଦ୍ଵିଚକ୍ରି ବାହନ।

ଭାବୁଛି ମାନିଲେ କୁହା କାଳେ ଫେରିବ କି ଟିକେ ଯଉବନ !!




    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama