ଜୟ ମା ମହିଷମର୍ଦିନୀ
ଜୟ ମା ମହିଷମର୍ଦିନୀ
ଦୈବ ସୃଜନେ ଶସ୍ତ୍ର ପ୍ରଦତ୍ତେ
ଅବତରି ଗିରିବର ନନ୍ଦିନୀ ,
ପ୍ରକମ୍ପିତ ସମଗ୍ର ମୃତ୍ତିକା ମେଦିନି
ପଦସ୍ପର୍ଶେ ଦଶଭୁଜା ତ୍ରୀଶୂଳ ଧାରିଣୀ ।
ପଶୁରାଜ ଗର୍ଜନେ ପାପି ଶିହରେ
ସମ୍ପାଆଲୋକେ ଉଭା ସିଂହବାହିନୀ ।
ମହିଷାସୁର ତାରିଣ , ଶାନ୍ତି ସ୍ଥାପିତେ
ପୂଜ୍ୟନ୍ତି ସର୍ବେ କୈଟଭ ଭଞ୍ଜନୀ ।
ଅଗ୍ନି ପ୍ରକଟିତା ଶୈଳସୂତା ,
ତ୍ରୀଭୂବନେ ବନ୍ଦିତା ଶଙ୍କର ମୋହିନୀ ।
ଦାରିଦ୍ର୍ଯ ଭଞ୍ଜନୀ ଭୂପରେ ପ୍ରତିଷ୍ଠିତା ,
ଦେବୀ ବନ-ପ୍ରିୟ ବାସିନୀ ।
ଦୀନ ତୁଷ୍ଟି ଆଶିଷ ପ୍ରଦାୟୀ
ସିନ୍ଧୁସୁତା ମା ' ଦୂର୍ଦ୍ଧର ଧର୍ଷିନୀ ।
ଦେବୀ ମାତା କରୁଣା ବାଞ୍ଛନେ
କୃପା ପ୍ରଦାୟୀନୀ ଅୟଗିରି ନନ୍ଦିନୀ ।
ଦଶଭୂଜା ଆଗମେ ଭକତ ବିଭୋର
ହୃଦେ ବିରାଜିତା ଦୁର୍ଗତିନାଶିନୀ ।
ଆଶିଷାମୃତ ପାନେ ଭକ୍ତ ସମର୍ପିତ
ତବ ଶ୍ରୀଚରଣେ ମା' ବିଶ୍ୱ ବିନୋଦିନୀ ।
