STORYMIRROR

Kabiratna Nutan Kumar Behera

Abstract Drama Inspirational

4  

Kabiratna Nutan Kumar Behera

Abstract Drama Inspirational

ସିଂହବାହିନୀ ମା' ଦୁର୍ଗେ

ସିଂହବାହିନୀ ମା' ଦୁର୍ଗେ

1 min
236

         ( ରାଗ -- ଚୋଖି )


ସିଂହବାହିନୀ ମା' ଦୁର୍ଗେ ସ୍ତୁତି କରେ ତୁମ ଆଗେ

   ସଦୟ ହୋଇ ଦିଅ ଗୋ ଆଶିଷ ମୋତେ,

ଆସ ମା' ଅବତରୀ    କରୁଅଛି ମୁଁ ଗୁହାରି 

   ଦୁଃଖେ ମ୍ରିୟମାଣ ହୋଇ ଡ଼ାକେ ଆରତେ,

        ତୁମେ ତ ଅଭୟଦାୟିନୀ

   ଆପଦୁଁ ବିପଦୁଁ ରଖ ମାଆ ତାରିଣୀ।୧।

ତୁମେ କଲ୍ୟାଣକାରିଣୀ  କୃପାମୟୀ ଠାକୁରାଣୀ 

     ତୁମେ ମମତାମୟୀ ଜଗତଜନନୀ, 

ଜଗତ ଜନଙ୍କ ସାହା   ପ୍ରତି ପଦେ କର ଆହା

     ତୁମ ଲାଗି ସୁଧାମୟ ହୁଏ ଧରଣୀ,

        ଅନାଥ ସନ୍ତାନେ ଉଦ୍ଧାରି

   ଏ ଭବ ସଂସାରେ ରଖ ମା' ଦୟା କରି।୨।

ଆସିଛି ଆଶ୍ଵିନ ଶୁକ୍ଳ    ସୁନ୍ଦର ଶରତ କାଳ 

    ସବୁଜ ଶସ୍ୟ ଶ୍ୟାମଳେ ହସୁଛି କ୍ଷେତ,

ତବ କରୁଣାର ଦାନ    ସାଦରେ କରି ଗ୍ରହଣ

    ଆବହନ କରୁ ହୃଦୁଁ ଆସ ଗୋ ମାତଃ।

         ଢ଼ାଳି ଦିଅ ଅମିୟଧାରା

     ତୁମ ଶୁଭଦୃଷ୍ଟି ଲଭି ହସୁ ଏ ଧରା।୩। 

ତୁମେ ଆଦିମାତା ଉମା  ତୁମେ ଅନ୍ନପୂର୍ଣ୍ଣା ରମା 

    ତୁମରି କଲ୍ୟାଣେ ଜୀବ ଲଭଇ ଶାନ୍ତି,

ମହିଷାମର୍ଦ୍ଦିନୀ ତୁମେ  ପୁଣ୍ୟମୟୀ ଧରାଧାମେ

    ଅପାର ମହିମା ତୁମ ଦିଏ ଶକତି,

     କ୍ଳେଶ ଯେତେ କର ଗୋ ଦୂର 

   ସଂସାରେ ପ୍ରତିଟି ଘର ହେଉ ମନ୍ଦିର।୪।

ସିଂହବାହିନୀ ମା' ଦୁର୍ଗେ  ଆଶିଷ ତୁମର ମାଗେ 

     ଏ ମର୍ତ୍ତ୍ଵ ମଣ୍ଡଳ ରହୁ ସ୍ଵଚ୍ଛ ସୁନ୍ଦର,

ମାନବର ହୃଦୟରୁ   ସେନେହ ଶରଧା ଝରୁ  

    ଆତ୍ମୀୟତା ଭାବେ ଭରୁ ତାର ଅନ୍ତର,

        ମନ ରହୁ ଶୁଦ୍ଧ ପବିତ୍ର 

    ଜୀବନରେ ନିଷ୍କଳଙ୍କ ରହୁ ଚରିତ୍ର।୫।

      

       


Rate this content
Log in

Similar oriya poem from Abstract