STORYMIRROR

Kabiratna Nutan Kumar Behera

Drama Classics Inspirational

4  

Kabiratna Nutan Kumar Behera

Drama Classics Inspirational

ନୀଳାଚଳବାସୀ ହେ ନୀଳମାଧବ

ନୀଳାଚଳବାସୀ ହେ ନୀଳମାଧବ

1 min
377

      ( ରାଗ -- କଳହଂସ କେଦାର )


ନୀଳାଚଳବାସୀ ହେ ନୀଳମାଧବ

       ଭକତ ସାଥୀରେ ଲଗାଇଛ ଭାବ ଯେ,

ସାରା ଜଗତ ତୁମର ବଶମ୍ଵଦ 

       କରୁଛ ଲୀଳା ତୁମେ ରହି ନୀରବ ଯେ।

ନୀଳାଚଳବାସୀ ହେ ନୀଳମାଧବ...

ଶ୍ରୀକ୍ଷେତ୍ରେ ଶ୍ରୀମନ୍ଦିର ତୁମ ବିହାର

      ସେ ବଡ଼ ଦେଉଳରେ ତୁମେ ଠାକୁର ଯେ,

ଠାକୁର ମଧ୍ୟରେ ତ ବଡ଼ଠାକୁର

       ତୁମ ହାତେ ଗଢ଼ା ଏ ଭବ ସଂସାର ଯେ।

ନୀଳାଚଳବାସୀ ହେ ନୀଳମାଧବ...

କରୁଛ ହେ ଲୀଳା ତୁମେ ଲୀଳାମୟ 

      ହେ ଚକାଡୋଳା ତୁମେ ହିଁ ଇଚ୍ଛାମୟ ଯେ,

ପତିତ ଜନେ ତାରି ଦିଅ ଅଭୟ

        ବିଶ୍ବ ବ୍ରହ୍ମାଣ୍ଡରେ ତୁମେ ଦୟାମୟ ଯେ।

ନୀଳାଚଳବାସୀ ହେ ନୀଳମାଧବ...

ଦେଇ ନଜର ରଖ ସବୁ ଖବର

      ଦେଖି ପାପ ପୁଣ୍ୟ କର ହେ ବିଚାର ଯେ,

କେହି ନୁହେଁ ପର ସଭିଏଁ ନିଜର 

        ଅଜ୍ଞାନେ ମଣିଷ ହେଉଛି ନିଷ୍ଠୁର ଯେ।

ନୀଳାଚଳବାସୀ ହେ ନୀଳମାଧବ...

ସାଧୁ ସନ୍ଥ ପାଳ ଦୁଷ୍ଟେ ଦେଇ ଦଣ୍ଡ

         ଅହଂକାରୀର ଗରବ କର ପଣ୍ଡ ଯେ,

ତୁମ ଆଜ୍ଞାରେ ଚାଲେ ବିଶ୍ବ ବ୍ରହ୍ମାଣ୍ଡ

          ଏ ମହୀମଣ୍ଡଳକୁ ରଖ ଅଖଣ୍ଡ ଯେ।

ନୀଳାଚଳବାସୀ ହେ ନୀଳମାଧବ...

ଆଶିଷ ଦିଅ କରୁଛି ମୁଁ ଜଣାଣ

          ରକ୍ଷାକର ଦୀନ ଦୁଃଖୀ ପ୍ରାଣ ଯେ,

ସତ୍ୟ କର୍ମେ ରହୁ ସଦା ମୋର ମନ

      ତୁମ ପାଦେ ତଳେ ନେଉଛି ଶରଣ ଯେ।

ନୀଳାଚଳବାସୀ ହେ ନୀଳମାଧବ...

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama